ମୁମ୍ବାଇ: ବିବାଦରେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା। ନିରାମିଷାଶୀ ହୋଇ ବିଜ୍ଞାପନ ପାଇଁ ଆମିଷ ଖାଇବାରୁ ରଶ୍ମିକାଙ୍କୁ ଏବେ ଟ୍ରୋଲ କରାଯାଉଛି। ରଶ୍ମିକା ମାକଡୋନାଲ୍ଡର ଏକ ବିଜ୍ଞାପନରେ ନଜର ଆସୁଥିବା ବେଳେ ଏଥିରେ ସେ ଫ୍ରାଏଡ ଚିକେନ ସହ ଚିକେନ ବର୍ଗର ଖାଉଥିବା ଦେଖିବାକୁ ମିଳିଛି। ଏହି ବିଜ୍ଞାପନର ଭିଡିଓ ଇନଷ୍ଟାରେ ସେୟାର କରାଯିବା ପରେ ଏବେ ତାଙ୍କୁ ଟ୍ରୋଲ କରୁଛନ୍ତି ଲୋକେ। ଆମିଷ ଖାଇବାରେ କିଛି ସମସ୍ୟା ନାହିଁ, ହେଲେ ମିଛ କହି ଆମିଷ ଖାଇବାରେ ସମସ୍ୟା ଅଛି ବୋଲି କହି ଲୋକେ ରଶ୍ମିକାଙ୍କୁ ଟ୍ରୋଲ କରୁଛନ୍ତି।

Advertisment

Rashmika Mandanna BRUTALLY Trolled For Promoting Fried Chicken in New Ad, Here's Why news18

ସୂଚନା ମୁତାବକ, କିଛି ବର୍ଷ ତଳେ ରଶ୍ମିକା ଏକ ସାକ୍ଷାତକାରରେ କହିଥି‌‌ଲେ ଯେ ସେ ନିରାମିଷାଶୀ। ହେଲେ ଏବେ ତାଙ୍କୁ ଆମିଷ ଖାଉଥିବାର ଦେଖି ଅଭିନେତ୍ରୀ ଦର୍ଶକଙ୍କୁ ବୋକା ବନାଇବାକୁ ଚାହୁଁଥିବା କହିଛନ୍ତି ଲୋକେ। ଜଣେ ଇନଷ୍ଟା ବ୍ୟବହାରକାରୀ ଲେଖିଛନ୍ତି ଯେ, ଏହି କାରଣରୁ ଆମେ ରଶ୍ମିକାଙ୍କୁ ପସନ୍ଦ କରୁନାହୁଁ। ସେ ଏଠି ଗୋଟିଏ କଥା କହିଲେ ଅନ୍ୟ ସ୍ଥାନରେ ଆଉ ଗୋଟିଏ କଥା କୁହନ୍ତି। ଅନ୍ୟ ଜଣେ ଇନଷ୍ଟା ବ୍ୟବହାରକାରୀ ଲେଖିଛନ୍ତି, ଦର୍ଶକଙ୍କୁ ବୋକା ବନାଇବା ବନ୍ଦ କର।

Rashmika Mandanna afaqs

ତେବେ ଟ୍ରୋଲିଂ ମଧ୍ୟରେ କିଛି ତାଙ୍କୁ ସମର୍ଥନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ରଶ୍ମିକାଙ୍କୁ ସମର୍ଥନ କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ସେଇଟା ପୁରୁଣା ସାକ୍ଷାତକାର ଥିଲା। ସେତେବେଳେ ସେ ବୋଧେ ନିରାମିଷାଶୀ ଥିବେ ହେଲେ ଏବେ ବୋଧହୁଏ ଅମିଷ ଖାଉଥିବେ। ତେବେ ବିଜ୍ଞାପନଙ୍କୁ ନେଇ ଟ୍ରୋଲ କରାଯାଉଥିଲେ ବି ରଶ୍ମିକା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।