ମୁମ୍ବାଇ: 'ପୁଷ୍ପା: ଦ ରାଇଜ'ରେ ଅଲୁ ଅର୍ଜୁନଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର୍ କରିବା ପରଠାରୁ ରଶ୍ମିକା ମନ୍ଦନା ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି। ଅଭିନେତ୍ରୀଜଣକ କ୍ୟାରିୟରର ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚଟି ସହରରେ ପାଞ୍ଚଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଥିବା ଚର୍ଚ୍ଚା ହେଉଛି।
ପୁଷ୍ପା ଫିଲ୍ମ ପରେ ଲୋକପ୍ରିୟ ହେବା ସହ ଅନେକ ବଡ଼ ବଜେଟ ଫିଲ୍ମରେ ନଜର ଆସୁଛନ୍ତି ରଶ୍ମିକା। ସେଥିରୁ ମିଳୁଥିବା ଟଙ୍କାକୁ ସେ ଘର କିଣିବାରେ ବ୍ୟବହାର କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ରଶ୍ମିକା ହାଇଦ୍ରାବାଦ, ଗୋଆ, କୁର୍ଗ, ମୁମ୍ବାଇ ଓ ବେଙ୍ଗାଲୁରୁରେ ୫ଟି ଫ୍ଲାଟ କିଣିଥିବା ନେଇ ଚର୍ଚ୍ଚା ହେଉଛି। ନର୍ଡି ନିଉଜ ନାମକ ଏକ ପେଜରେ ଏହି ଖବର ସେୟାର ହୋଇଥିବା ବେଳେ ଏହାକୁ ମିଛ ବୋଲି କହିଛନ୍ତି ରଶ୍ମିକା।
ରଶ୍ମିକା ମନ୍ଦନା ଏହି ସୋସିଆଲ ମିଡିଆ ପୋଷ୍ଟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏହା ସତ ହୋଇଥାନ୍ତା କି? ଏଭଳି ପ୍ରତିକ୍ରିୟା ରଖି ହେଉଥିବା ଚର୍ଚ୍ଚା ମିଛ ବୋଲି ସ୍ପଷ୍ଟ କରିଛନ୍ତି ରଶ୍ମିକା।
#Rashmika owns 5 luxurious apartments in 5 places🤨#RashmikaMandanna 🔥 pic.twitter.com/9zHBwvPU37
— Nerdy News (@NerdyNews07) February 10, 2023
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/ସ-101.jpg)