ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜାରେ ରେଡିଓ ଚକ୍ଲେଟ୍ରେ ମୁକ୍ତିଲାଭ କରିଛି ଆଧୁନିକ ଗୀତ ‘ରସିକ ନାଗର’। ସରୋଜ ବିଶ୍ବାଳ ଗୀତ ରଚନା କରିଥିବା ବେଳେ ସଂଗୀତରେ ସଜାଇଛନ୍ତି ସୌମିତ୍ରୀ ପଲାଇ। ସୌମିତ୍ରୀ ଓ ବର୍ଣ୍ଣାଳୀ ହୋତା କଣ୍ଠଦାନ କରିଛନ୍ତି। ବର୍ଣ୍ଣାଳୀ ନିଜେ ଏହି ଗୀତର ଭିଡିଓରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶନା ଦେଇଛନ୍ତି ତୁଷାରକାନ୍ତ ସ୍ବାଇଁ। କୋରିଓଗ୍ରାଫି କରିଛନ୍ତି ପଦ୍ମିନୀ ପଟ୍ଟନାୟକ।
୨୩ ତାରିଖରେ ଗୀତର ଅଡିଓ ମୁକ୍ତିଲାଭ କରିଥିବା ବେଳେ ଆଜି ଗୀତର ଭିଡିଓ ଚକ୍ଲେଟ୍ର ଅଫିସିଆଲ ୟୁ-ଟ୍ୟୁବ୍ ଚ୍ୟାନେଲ୍ରେ ମୁକ୍ତିଲାଭ କରିଛି। ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟତା ଅର୍ଜନ କରିଛି। ଅନେକ ଦିନ ପରେ ଏକ ନୂଆ ଧରଣର ଗୀତ ଦର୍ଶକ ଓ ଶ୍ରୋତାଙ୍କୁ ଭେଟି ଦେଇଛି। ଗୀତଟି ଶୁଣିବା ମାତ୍ରେ ପାଦ ଆପେ ଆପେ ନାଚି ଉଠୁଛି। ଆଗକୁ ରେଡିଓ ଚକ୍ଲେଟ୍ ଏହିପରି ନିଆରା ଗୀତ ଭେଟି ଦେବ ବୋଲି ସୂଚନା ଦିଆଯାଇଛି।