ଅଭିନେତ୍ରୀ ରତନ ରାଜପୁତଙ୍କ ବଡ଼ ଖୁଲାସା: ମୁମ୍ବାଇରେ ଜଣେ ବୟସ୍କ ପ୍ରଯୋଜକଙ୍କ ‘କାଷ୍ଟିଙ୍ଗ୍‌ କାଉଚ୍‌’ର ଶିକାର ବନିଥିଲେ

ନୂଆଦିଲ୍ଲୀ: ଟେଲିଭିଜନ୍‌ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ରତନ ରାଜପୁତ । ସର୍ବଦା ସେ ନିଜକୁ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରଖିବା ସହ ନିଜର ସ୍ଫଷ୍ଟ ମତ ରଖିଥାନ୍ତି ଏବଂ ପ୍ରଶଂସକମାନଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅବଗତ କରାଇଥାଆନ୍ତି । ନିକଟରେ ରତନ ରାଜପୁତ ତାଙ୍କ ବ୍ୟକ୍ତିଗତ ଜୀବନ ନେଇ ଏକ ଚାଞ୍ଚଲ୍ୟକର ଘଟଣା ଉପରୁ ପରଦା ହଟାଇଛନ୍ତି  । ସେ କିଭଳି ଅତୀତରେ କାଷ୍ଟିଙ୍ଗ୍‌ କାଉଚ୍‌ର ଶିକାର ହୋଇଥିଲେ ତାହା ଜଣାଇଛନ୍ତି ।

ରାଜପୁତ୍ କହିଛନ୍ତି ଯେ, ୧୪ ବର୍ଷ ପୂର୍ବେ ଜଣେ ୬୦-୬୫ ବର୍ଷ ବୟସ୍କ ପ୍ରଯୋଜକ ତାଙ୍କ ସହ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ରତନ ବିରୋଧ କରିବାରୁ ପ୍ରଯୋଜକ କହିଥିଲେ ଯେ, ଯଦି ତାଙ୍କ ନିଜ ଝିଅ ମଧ୍ୟ ଚଳଚ୍ଚିତ୍ରରେ ଡେବ୍ୟୁ କରିଥାନ୍ତା ତେବେ ସେ ତା ସହ ଏଭଳି କରିବାକୁ ଦ୍ୱିଧା କରି ନଥାନ୍ତେ ।

ରତନ ରାଜପୁତ ନିଜର ସଂଘର୍ଷର ଦିନଗୁଡ଼ିକୁ ମନେପକାଇ କହିଛନ୍ତି ଯେ ପ୍ରାୟ ୧୪ ବର୍ଷ ପୂର୍ବେ ସେ ମୁମ୍ବାଇ ଆସିଥିଲେ । ସେଠାରେଅଭିନୟ ସୁଯୋଗ ପାଇବା ଲାଗି ଜଣେ  ୬୦-୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଭେଟିଥିଲେ । ସେହି ବ୍ୟକ୍ତି ରତନଙ୍କୁ ବହୁତ ଅପମାନ କରିବା ପରେ କହିଲେ ପୂରା ଲୁକ୍ ବଦଳାଇବାକୁ ପଡ଼ିବ । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହା ପରେ କହିଥିଲେ ଯେ, ମୁଁ ତୁମ ଉପରେ ଲକ୍ଷ ଲକ୍ଷ ଟଙ୍କା କାହିଁକି ଖର୍ଚ୍ଚ କରିବି ? ଯଦି ତୁମେ ଚାଁହୁଛ ମୁଁ ଟଙ୍କା ଖର୍ଚ୍ଚ କରେ ତେବେ ମୋ ସହିତ ବନ୍ଧୁତ୍ୱ ରଖିବାକୁ ପଡ଼ିବ ।

ତାଙ୍କଠାରୁ ଏସବୁ ଶୁଣିବା ପରେ ରତନ  କହିଥିଲେ ଯେ,”ଆପଣ ମୋ ବାପାଙ୍କ ବୟସର, ମୁଁ ଆପଣଙ୍କର କିପରି ବନ୍ଧୁ ହୋଇପାରିବି ? ହଁ, ମୁଁ ଆପଣଙ୍କୁ ସମ୍ମାନ କରେ। ଆପଣ ଯେପରି କହିବେ ମୁଁ କରିବି । ଏହା ପରେ ସେହି ବ୍ୟକ୍ତିଜଣକ ରାଗିଯାଇ କହିଲେ ଯେ, ମୁଁ କୌଣସି ଗାଇଡ୍-ୱାଇଡ୍ କରିବି ନାହିଁ, ଏଠାରେ କେବଳ ବନ୍ଧୁତା ହିଁ ହୁଏ । ଯଦି ତମେ ଅଭିନୟ ଜଗତରେ ପାଦ ଦେବାକୁ ଚାହଁ ତେବେ ଏହି ଡ୍ରାମା ବନ୍ଦ କର । ସ୍ମାର୍ଟ ହୁଅ।”

ରତନ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ବାପାଙ୍କ ବୟସର କହିବାରୁ ସେ ରାଗିଯାଇ କହିଲେ, ଯଦି ମୋ ଝିଅ ମଧ୍ୟ ଅଭିନେତ୍ରୀ ହୋଇଯାଏ, ତେବେ ମୁଁ ମଧ୍ୟ ତା ସହ ଏଭଳି କରିଥା’ନ୍ତି । ଏହା ପରେ ରତନ କୌଣସି ପ୍ରକାରେ ସେଠାରୁ ଖସି ଚାଲି ଆସିଥିଲେ । ସେହି ବ୍ୟକ୍ତି କିଛି କରି ନଥିଲେ, କିନ୍ତୁ ତାଙ୍କ କଥା ରତନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥିଲା ।  ଏକ ମାସ ଧରି କାହା ସହିତ ଦେଖା ମଧ୍ୟ କରି କରି ନଥିଲେ ।

ସମ୍ବନ୍ଧିତ ଖବର