ରାଉଡ଼ି ରାଜା

ନିକଟରେ ନୂଆ ଓଡ଼ିଆ ସିନେମା ‘ରାଉଡ଼ି ରାଜା’ର ଶୁଭ ମହୁରତ ଅନୁଷ୍ଠିତ ହେଇଯାଇଛି। ଅଧୀପ ଇନଫ୍ରାଟେକ୍ ନିବେଦିତ ଏଇ ଫିଲ୍ମର ସହଯୋଗୀ ପ୍ରଯୋଜନା ସଂସ୍ଥା ରହିଛି ଆର୍‌ଆର୍‌ ଇଭେଣ୍ଟ୍‌ସ। ମହୁରତରେ ନିର୍ଦ୍ଦେଶକ ରମେଶ ରାଉତ, ସଂଳାପକାର ରଜନୀ ରଂଜନ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ସହ ପ୍ରମୁଖ ଭୂମିକାରେ ଥିବା ସୋହମ୍ ସିଂହ ଓ ଶ୍ରଦ୍ଧା ପାଣିଗ୍ରାହୀ ଏବଂ ଆଉ କେତେଜଣ ପରିଚିତ କଳାକାର ମଧ୍ୟ ଏଇ ମହୁରତ ପର୍ବରେ ଯୋଗ ଦେଇଥିଲେ।

ଶ୍ରଦ୍ଧା ଓ ସୋହମଙ୍କ ବ୍ୟତୀତ ଏଥିରେ ବବି ମିଶ୍ର, ପିଣ୍ଟୁ ନନ୍ଦ, ଚୌଧୁରୀ ବିକାଶ ଦାସ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ। ‌‘ରାଉଡ଼ି ରାଜା’ ଚଳଚ୍ଚିତ୍ରର ନାୟକ ସାଜିଥିବା ସୋହମ୍ ପୂର୍ବରୁ ଏକ ଆକ୍ସନ୍ ବେସ୍‌ଡ ମୁଭି ‘ଅଜାତଶତ୍ରୁ’ ଏବଂ ଏକ ରୋମାଣ୍ଟିକ୍ ଫିଲ୍ମ ‘ଲଭ୍ ୟୁ ପ୍ରିୟା’ରେ ପ୍ରମୁଖ ଚରିତ୍ରରେ ଅବତୀର୍ଣ୍ଣ ହେଇ ଦର୍ଶକଙ୍କୁ ତାଙ୍କ ଅଭିନୟର ସ୍ବାଦ ଚଖେଇ ସାରିଛନ୍ତି। ଏପାଖେ ‘ରାଉଡ଼ି ରାଜା’ର ନାୟିକା ସାଜିଥିବା ଶ୍ରଦ୍ଧା ପୂର୍ବରୁ ‘ଆମ ଘର ଲକ୍ଷ୍ମୀ’ ଓ ‘ମୋ ଦେହେ ବୋଳି ଦେ ତୋ ଦେହ କଳା’ ଧାରାବାହିକର ନାୟିକା ସାଜିଛନ୍ତି। ଏହା ବ୍ୟତୀତ ‘ମିଠା ମିଠା’ ଓ ରାଜା ସାହେବ’ ଚଳଚ୍ଚିତ୍ରରେ ଏବଂ ସାଟେଲାଇଟ୍ ସିନେମା ‘କାଳିଆ କରୁଛି ଲୀଳା’ ଓ ‘ବିସର୍ଜନ’ରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର