‘ରାମାୟଣ’ର ରାବଣ ଏବେ ୮୨ ବର୍ଷରେ

ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ରାବଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ ଆଜି ନିଜର ୮୨ତମ ଜନ୍ମ ଦିନ ପାଳନ କରିଛନ୍ତି। ରାମାୟଣରେ କାମ କରିଥିବା ସମସ୍ତ କଳାକାର ସାମାଜିକ ଗଣମାଧ୍ୟମରେ ଅରବିନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲକ୍ଷ୍ମଣ ଭୂମିକାରେ ନଜର ଆସିଥିବା ସୁନୀଲ ଲହରୀ, ଅରବିନ୍ଦଙ୍କ ଦୁଇଟି ‌ଫଟୋ ସେୟାର କରିଛନ୍ତି।

ଗୋଟିଏ ଫଟୋରେ ଅରବିନ୍ଦ ଏକା ଠିଆ ହୋଇଥିବା ବେଳେ ଦ୍ବିତୀୟଟିରେ ସୁନୀଲ ଓ ଅରବିନ୍ଦ ଏକାଠି ଠିଆ ହୋଇଥିବା ଦେଖିବାକୁ ମିଳିଛି। ବୟସାଧିକ ଯୋଗୁଁ ରାମାୟଣରେ ଦେଖାଯାଉଥିବା ଅରବିନ୍ଦଙ୍କଠାରୁ ଏବେର ଫଟୋ ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଛି। ଏଥିସହ ରାମାୟଣର ସୀତା ତଥା ଦୀପିକା ଚିଖଲିଆ ମଧ୍ୟ ଅରବିନ୍ଦଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ଇନ୍‌ଷ୍ଟାରେ ରାମାୟଣର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଦୀପିକା ଓ ଅରବିନ୍ଦ, ସୀତା ଓ ରାବଣଙ୍କ ବେଶରେ ଅଶୋକ ବାଟିକାରେ ଠିଆ ହୋଇଛନ୍ତି ଓ ରାମାନନ୍ଦ ତାଙ୍କୁ ସିନ୍‌ ବିଷୟରେ ବୁଝାଉଛନ୍ତି।

ସମ୍ବନ୍ଧିତ ଖବର