ବିଗତ ଦିନର ବଲିଉଡ୍‌ ନାୟିକାମାନେ ତାମିଲ୍‌ ଫିଲ୍ମରେ ଅଭିନୟ କରିବା ଧାରା ଏବେ ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି। ଅଭିନେତ୍ରୀ ରବୀନା ଟଣ୍ଡନ୍‌ ତାମିଲ୍‌ ସୁପର୍‌ଷ୍ଟାର୍‌ ସୂରିୟାଙ୍କ ଆଗାମୀ ଫିଲ୍ମ ‘ସୂରିୟା ୪୬’ରେ ଅଭିନୟ କରୁଛନ୍ତି। ରବୀନାଙ୍କ ୫୩ତମ ଜନ୍ମଦିନ ଅବସରରେ ଏହି ଫିଲ୍ମର ନିର୍ମାତା ଏ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଏବଂ ରବୀନାଙ୍କୁ ଦକ୍ଷିଣୀ ସିନେଶିଳ୍ପକୁ ସ୍ୱାଗତ କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Advertisment

କେବଳ ସୂରିୟା ଓ ରବିନା ନୁହନ୍ତି, ଏହି ଚଳଚ୍ଚିତ୍ରରେ ମଲାୟଲି ସିନେମାର ଜଣାଶୁଣା ତାରକା ମମିତା ବୈଜୁ ଓ ଭେଟେରାନ୍ ଅଭିନେତ୍ରୀ ରାଧିକା ଶରତ କୁମାର ମଧ୍ୟ ଅଭିନୟ କରୁଛନ୍ତି। ସୀତାରା ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ବ୍ୟାନର୍‌ରେ ନାଗା ଭାମ୍‌ସିଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟିକୁ ‘ଲକି ଭାସ୍କର’ ଫେମ୍‌ ଭେଙ୍କି ଅଟଲୁରି ନିର୍ଦ୍ଦେଶନା ଦେଉଛନ୍ତି। ଏହା ପୂର୍ବରୁ ରବୀନା ‘ସାଧୁ’ ଓ ‘ଆଲାବନ୍ଧନ୍’ ଶୀର୍ଷକ ଦୁଇଟି ତାମିଲ୍‌  ଛବିରେ ଅଭିନୟ କରିଥିଲେ।