ନୂଆଦିଲ୍ଲୀ: ରିବନା ଟଣ୍ଡନ୍ ନିଜ ସମୟର ଜଣେ ଲୋକପ୍ରିୟ ନାୟିକା। ସେ ତାଙ୍କ ସମୟର ଅନେକ ସୁପର୍ଷ୍ଟାର୍ଙ୍କ ସହ କାମ କରିଛନ୍ତି। ତାଙ୍କୁ ବଲିଉଡ୍ର ‘ମସ୍ତ୍ ମସ୍ତ୍ ଗାର୍ଲ’ ନାମରେ ଲୋକେ ଜାଣନ୍ତି। ସେ ଏବେ ବି ବେଶ୍ ସୁନ୍ଦର ଦେଖାଯାଆନ୍ତି। ରବିନା ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ରହିଥାନ୍ତି ଓ ନିଜ ସଂପର୍କିତ ଟିକ୍ନିକ୍ କଥାକୁ ନିଜର ପ୍ରଶଂସକମାନଙ୍କ ସହ ସେୟାର୍ କରିଥାନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ରବିନା ଜଣେ ଭଲ ଅଭିନେତ୍ରୀ ସହ ଜଣେ ଉତ୍ତମ ମାଆ ମଧ୍ୟ। ତାଙ୍କର ଦୁଇ ଗୁଲୁଗୁଲିଆ ପିଲା ବି ଅଛନ୍ତି।
ଆଜିକାଲି ସେ ନିଜ ଝିଅଙ୍କ ସହ ନିଜର ଫଟୋ ସେୟାର୍ କରିବାରେ ଲାଗିଛନ୍ତି। ଆପଣ ଫଟୋ ଦେଖି ଜାଣି ପାରୁଥିବେ ଯେ ରବିନାଙ୍କ ଝିଅ ବି ତାଙ୍କ ମାଆଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରବିନା ଟଣ୍ଡନଙ୍କ ଝିଅଙ୍କ ନାମ ରାଶା ଥଡାନି ଓ ତାଙ୍କ ପୁଅଙ୍କ ନାମ ରଣବୀର ଥଡାନି।
ତାଙ୍କ ଝିଅ ରଶାଙ୍କୁ ଦେଖି ଆପଣ ଜାଣି ପାରୁଥିବେ ଯେ ତାଙ୍କ ଚେହେରା ଦେଖିବାକୁ କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହେଁ। ତେବେ ପ୍ରଶ୍ନ ଉଠୁଛି କି ସେ ବି କ’ଣ ଅନ୍ୟ ଷ୍ଟାର୍ କିଡ୍ଙ୍କ ପରି ଫିଲ୍ମରେ ଡେବ୍ୟୁ କରିବେ କି? ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କୁ ମାଆ ରବିନାଙ୍କ କାର୍ବନ କପି ବୋଲି ବି କମେଣ୍ଟ୍ କରିଛନ୍ତି।