ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ୍ ତାଙ୍କର ମନଛୁଆଁ ଅଭିନୟ ପାଇଁ ଜଣାଶୁଣା। ୯୦ଦଶକରେ ‌ସେ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଥିବା ବେଳେ ଏବେ ବି ତାଙ୍କର କ୍ରେଜ୍ ରହିଥିବା ଦେଖାଯାଏ। ଆଜି ବି ଲକ୍ଷ ଲକ୍ଷ ଲୋକ ରବିନାଙ୍କୁ ସୋସିଆଲ ମିଡିଆରେ ଅନୁସରଣ କରିବା ସହ ତାଙ୍କ କାମକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ନିଜ ପ୍ରଶଂସକଙ୍କ ସହ ସବୁ ଘଟଣା ବିଷୟରେ ସେୟାର କରୁଥିବା ରବିନା ଏବେ ଏକ ଅଜଣା ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି। ଏକ ସାକ୍ଷାତକାରରେ ସେ ସୁଟିଂ ସମୟରେ କେବେ ଭୁଲି ନପାରିବା ଭଳି ଘଟଣା ଘଟିଥିବା ବିଷୟରେ କହିଛନ୍ତି।

Advertisment

ରବିନାଙ୍କ କହିବା ମୁତାବକ, "ମୋର ମନେ ଅଛି ଥରେ ମୁଁ ଜଣେ ଅଭିନେତାଙ୍କ ସହିତ ଏକ ଦୃଶ୍ୟର ସୁଟିଂ କରୁଥିଲି ଏବଂ ଭୁଲରେ ତାଙ୍କ ଓଠ ମୋ ଓଠରେ ବାଜି ଯାଇଥିଲା। ଏହା ଭୁଲରେ ଘଟିଥିଲା ​​ଏବଂ ଆବଶ୍ୟକ ନଥିଲା। ଏହି ଦୃଶ୍ୟର ସୁଟିଂ ସରିବା ପରେ ମୁଁ ମୋ ଭ୍ୟାନିଟି ଭ୍ୟାନକୁ ଯାଇ ବାନ୍ତି କରିଥିଲି। ବହୁତ ଥର ଦାନ୍ତ ଘସିବା ସହ ଓଠ ଧୋଇଥିଲି। ଏହା ପରେ ଯାଇ ମୋତେ ଭଲ ଲାଗିଥିଲା।"

ରବିନା ଫିଲ୍ମରେ 'ନୋ କିସିଂ ପଲିସି' ଆପଣାନ୍ତି। ତାଙ୍କର କୌଣସି ଫିଲ୍ମରେ ଚୁମ୍ବନ ଦେବାର ଦୃଶ୍ୟ ନଥାଏ। ଆଗକୁ ତାଙ୍କ ଝିଅ ରାଶା ଅଭିନୟରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ସେ ମଧ୍ୟ 'ନୋ କିସିଂ ପଲିସି' ଆପଣାଇବେ କି? ବୋଲି ପ୍ରଶ୍ନ କରାଯିବାରୁ ରବିନା କହିଥିଲେ, ‘‘ଏହା ରାଶାଙ୍କ ଉପରେ ନିର୍ଭର କରେ। ସେ କ’ଣ କରିବେ, ତାହା ତାଙ୍କର ନିଷ୍ପତ୍ତି ହେବ।’’