ଝିଆରୀ ମେହେନ୍ଦୀ ଉତ୍ସବରେ ଯୋଗ ଦେବାକୁ ସାଥିରେ ଝିଅକୁ ଧରି ଅଟୋରେ ଗଲେ ରବିନା

ମୁମ୍ବାଇ: ସଦା ବିଳାସମୟ କାର୍‌ରେ ଯାତାୟାତ କରୁଥିବା ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ନିଜ ଝିଆରୀର ମେହେନ୍ଦୀ ଉତ୍ସବରେ ପହଞ୍ଚିବା ପାଇଁ ଏକ ଅଟୋରେ ବସି ଯାଉଥିବା ବେଳର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସେ ତାଙ୍କ ଝିଅ ରାସାଙ୍କୁ ଧରି ଅଟୋରେ ଯାଉଥିବା ବେଳେ କେହି ଜଣେ ତାହାକୁ ଭିଡିଓ ସୁଟ୍‌ କରି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରାଇଥିବା ଜାଣିବାକୁ ମିଳିଛି।

‘କେଜି‌ଏଫ୍‌ ଚାପ୍ଟର-୨’ରେ ନଜର ଆସିବାକୁ ଥିବା ରବିନା ଏହି ଭିିଡିଓଟିକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ସେ ଇନ୍‌ଷ୍ଟା ପୋଷ୍ଟ୍‌ରେ ଲେଖିଛନ୍ତି ଯେ ଝିଆରୀର ମେହେନ୍ଦୀ ଉତ୍ସବକୁ ଯିବାର ଥିଲା । କାର୍‌ ଆସିବାରେ ବିଳମ୍ବ ହେବା ହେତୁ ସେ ଅଟୋ ଧରିଥିଲେ। ଝିଅ ରାସା ସହ ଅଟୋରେ ଯାଇ ସେ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି।

 

ସୋସିଆଲ୍‌ ମିଡିଆରେ ଅନ୍ୟ ଏକ ଭିଡିଓ ବି ସେୟାର୍‌ ହୋଇଛି। ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ ଅଟୋ ଚାଳକ ଜଣକ ରବିନାଙ୍କୁ କହୁଛନ୍ତି ‌କି ସେ ତାଙ୍କର ସବୁ ଫିଲ୍ମ ଦେଖିଛନ୍ତି। ରବିନା ଅଟୋ ଚାଳକଙ୍କ ସହ ଅନେକ ଗପସପ କରି ଅଟୋରୁ ଓହ୍ଲାଇଥିଲେ ବୋଲି ସେ ତାଙ୍କ ଦ୍ବିତୀୟ ପୋଷ୍ଟ୍‌ରେ ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, ରବିନାଙ୍କ ଅଭିନୀତ  ‘କେଜି‌ଏଫ୍‌ ଚାପ୍ଟର-୨’ କନ୍ନଡ, ତେଲ୍‌ଗୁ, ତାମିଲ୍‌, ମାଲାୟାଲାମ୍‌ ଏବଂ ହିନ୍ଦୀ ଆଦି ଭାଷାରେ ବିଶ୍ବସ୍ତରୀୟ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର