୧୧ମାସରେ ବିରୁଷ୍କା କରି ପାରି ନ ଥିବା କାମକୁ ସମ୍ଭବ କରି ସେମାନଙ୍କୁ ପଛରେ ପକାଇଲେ ଦୀପ୍‌-ବୀର !

ମୁମ୍ବାଇ : ଦୀର୍ଘ ସମୟର ଅପେକ୍ଷା ପରେ ଗତକାଲି ସଂନ୍ଧ୍ୟା ସମୟରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଥିଲେ । ଫଟୋ ସେୟାର କରିବା ମାତ୍ରେ ହିଁ ତାହା ଭାଇରାଲ ହେବା ସହ ଏକା ସାଙ୍ଗରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଥିଲେ । ଇନ୍‌ଷ୍ଟା ଏବଂ ଟୁଇଟ୍‌ର ଆକାଉଣ୍ଟରେ ଫଟୋ ସେୟାର କରାଯାଇଥିବା ବେଳେ ଦୁହିଁଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଥିଲା । ତେବେ ୧୧ମାସ ହେଲା ବିବାହ କରିଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଯାହା କରି ପାରି ନଥିଲେ ତାହାକୁ ୧୫ଘଣ୍ଟା ମଧ୍ୟ ସମ୍ଭବ କରି ଦେଖାଇଛନ୍ତି ଦୀପ୍‌-ବୀର ।

Eenadu India

ବିବାହ ପରେ ବିରୁଷ୍କା ନିଜ ନିଜର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଇନ୍‌ଷ୍ଟା ବିରାଟ ପୋଷ୍ଟ କରିଥିବା ବିବାହର ଫଟୋକୁ ୪୬ଲକ୍ଷ ଲୋକ ପସନ୍ଦ କରିଥିବା ବେଳେ ଅନୁଷ୍କା ପୋଷ୍ଟ କରିଥିବା ଫଟୋକୁ ଏ ପର୍ଯ୍ୟନ୍ତ ୩୫ଲକ୍ଷ ଲୋକ ପସନ୍ଦ କରିଥିବା ଦେଖାଯାଇଛି । କିନ୍ତୁ ଦୀପ୍‌-ବୀରଙ୍କ ଫଟୋ ପୋଷ୍ଟ କରାଯିବାର ମାତ୍ର ୧୫ ଘଣ୍ଟା ମଧ୍ୟରେ ଦୁହିଁଙ୍କ ଫଟୋକୁ ବିରୁଷ୍କାଙ୍କ ଫଟୋଠାରୁ ଅଧିକ ପସନ୍ଦ କରାଯାଇଛି । ଦୀପିକା ଇନ୍‌ଷ୍ଟାରେ ପୋଷ୍ଟ କରିଥିବା ଫଟୋକୁ ୪୯ଲକ୍ଷ ଲୋକ ପସନ୍ଦ କରିଥିବା ବେଳେ ରଣବୀର ପୋଷ୍ଟ କରିଥିବା ଫଟୋକୁ ୩୪ ଲକ୍ଷ ଲୋକ ପସନ୍ଦ କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର