ଚୁମ୍ବନ ଦୃଶ୍ୟକୁ ନେଇ ପତ୍ନୀଙ୍କୁ ଏଭଳି ମିଛ କହିଥିଲେ ଅଭିନେତା ରବି କିଶନ୍‌ !

ମୁମ୍ବାଇ: ଭୋଜପୁରୀ ସିନେମା ଦୁନିଆର ସୁପରଷ୍ଟାର୍‌ ତଥା ଉତ୍ତର ପ୍ରଦେଶର ଗୋରଖପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା ରବି କିଶନ୍‌ଙ୍କୁ ଲୋକେ ଖୁବ୍‌ ପସନ୍ଦ କରନ୍ତି। ରବି କିସନ୍‌ ନିଜ ଅଭିନୀତ ସିନେମାରେ କେବଳ ଆକ୍‌୍‌ସିନ୍‌ କରନ୍ତି ନାହିଁ,ବରଂ ସେ ରୋମାଣ୍ଟିକ୍‌ ଦୃଶ୍ୟ ବି କରିଥାନ୍ତି। ସେ ତାଙ୍କର ନାୟିକାମାନଙ୍କୁ ପରଦା ଉପରେ ‘କିସ୍‌’କରିଥିବାର ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି। ଥରେ ରବି କିଶନ୍‌ ତାଙ୍କ ପତ୍ନୀ ପ୍ରୀତିଙ୍କୁୁ ସାଙ୍ଗରେ ନେଇ ଏକ ଭୋଜପୁରୀ ସିନେମା ଦେଖିବାକୁ ଯାଇଥିଲେ।

MSN.com

ସେହି ସିନେମାରେ ରବି କିଶନ୍‌ ଜଣେ ନାୟିକାଙ୍କୁ କିସ୍‌ କରୁଥିବାର ଦେଖିବା ମାତ୍ରେ ପ୍ରୀତି ପଚାରିଲେ,ତୁମେ ହିରୋଇନ୍‌ଙ୍କୁ କାହିଁକି କିସ୍‌ କରୁଛ? ରବି ତତକ୍ଷଣାତ୍‌ ସ୍ତ୍ରୀଙ୍କୁ ମିଛ କହି ବୁଝାଇ ଦେଇଥିଲେ ଯେ, ଏହା କ୍ୟାମେରା ଯୋଗୁଁ ସମ୍ଭବ ହେଉଛି । କ୍ୟାମେରାରେ ଏଭଳି ବ୍ୟବସ୍ଥା ରହିଛି,ଯାହା ଦ୍ୱାରା ହିରୋଇନ୍‌ ହିରୋ ପାଖକୁ ଆସି ଯାଇଥାଏ।ପ୍ରୀତି ଫିଲ୍ମ ଦୁନିଆ ସଂପର୍କରେ କିଛି ଜାଣି ନ ଥିବା ଯୋଗୁଁ ସେ ଏକଥାକୁ ବିଶ୍ୱାସ ବି କରିଥିଲେ। ପରେ ଅବଶ୍ୟ ପ୍ରୀତି ଜାଣିପାରି ଥିଲେ ଯେ ସ୍କ୍ରିପ୍ଟର ଚାହିଦା ଅନୁଯାୟୀ କିସିଂ ସିନ୍‌ ଦେବାକୁ ପଡ଼ିଥାଏ।
ଏଠାରେ ସୂଚନାଯୋଗ୍ୟ ଯେ, ରବି କିଶନ୍‌ ୧୯୯୨ରେ ମୁକ୍ତିଲାଭ କରିଥିବା ‘ପୀତାମ୍ବର’ସିନେମା ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏଥିରେ ମିଥୁନ ଚକ୍ରବର୍ତ୍ତୀ ନାୟକ ଭୂମିକାରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର