ଏବେ ଅନ୍ତରଙ୍ଗ ଦୃଶ୍ୟ ପାଇଁ ପ୍ରସ୍ତୁତ ଶିବାଙ୍ଗୀ

ଟିଭି ଧାରାବାହିକର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ପୂର୍ବରୁ ଟିଭି ପରଦାରେ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରିବାକୁ ରାଜି ହେଉ ନ ଥିଲେ। କିନ୍ତୁ ଏବେ ସେ ନିଜ ମନ ବଦଳାଇ ଦେଇଛନ୍ତି ଏବଂ ଆଗକୁ ଏଥିପାଇଁ ପ୍ରସ୍ତୁତ ବୋଲି ଶିବାଙ୍ଗୀ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରିବା ଲାଗି ସେ ଏକ ସର୍ତ୍ତ ରଖିଛନ୍ତି। ତାହା ହେଲା, ଯଦି କାହାଣୀରେ ସେଭଳି ଦୃଶ୍ୟର ଜରୁରୀ ଆବଶ୍ୟକତା ଥାଏ ତେବେ ସେ କ୍ୟାମେରା ସାମ୍ନାରେ ଅଭିନେତାଙ୍କ ସହିତ ପ୍ରଣୟ କରିପାରିବେ।

ଅଭିନେତ୍ରୀମାନେ ନିଜ ଆରାମଦାୟକ ସ୍ଥିତି ବାହାରକୁ ଯିବା ଆବଶ୍ୟକ କାରଣ ଅନ୍ତରଙ୍ଗ ଦୃଶ୍ୟ କରିବା ଲାଗି ତାହା ଗୁରୁତ୍ବପୂର୍ଣ୍ଣ ବୋଲି ତାଙ୍କର ମତ। ମାତ୍ର ସେଥିରେ ବି ସେ ନିଜ ପାଇଁ ଏକ ସୀମା ଧାର୍ଯ୍ୟ କରିଛନ୍ତି ଯାହାକୁ ଟପିବାକୁ ସେ ଏଯାବତ୍‌ ପ୍ରସ୍ତୁତ ନୁହନ୍ତି। ୨୪ ବର୍ଷୀୟା ଶିବାଙ୍ଗୀ ଅଳ୍ପ ବୟସରୁ ଅଭିନୟ ଆରମ୍ଭ କରି ‘ୟେ ରିସ୍ତା କ୍ୟା କହଲାତା ହୈ’, ‘ବେଇନତହାଁ’, ‘ବାଳିକା ବଧୂ ୨’, ‘ବେଗୁସରାଇ’ ଭଳି ଧାରାବାହିକ ମାଧ୍ୟମରେ ପ୍ରସିଦ୍ଧି ଅର୍ଜନ କରିଥିଲେ। ଗତ ୧୮ ତାରିଖରେ ପ୍ରସାରଣ ଆରମ୍ଭ ହୋଇଥିବା ଏକତା କପୂରଙ୍କ ନୂଆ ଧାରାବାହିକ ‘ବେକାବୁ’ରେ ଶିବାଙ୍ଗୀ ଏକ ପରୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର