ମୁମ୍ବାଇ: କରୀନା କପୁର ଦ୍ଵିତୀୟ ଥର ପାଇଁ ମା ହୋଇଛନ୍ତି | ଆଉ ତାଙ୍କର ଦ୍ଵିତୀୟ ପୁତ୍ରର ନାମ କଣ ରହିବ, ତାହାକୁ ନେଇ ପ୍ରଶଂସକମାନେ ଅନାଇ ବସିଥିବାବେଳେ ଆଜି ଆମେ ଆପଣଙ୍କୁ କରୀନାଙ୍କ ଏହି ନାମ ପଚାର ଏକ ବଡ ରହସ୍ୟ ବାବଦରେ କହିବୁ | ବାସ୍ତବରେ କରୀନାଙ୍କ ପ୍ରକୃତ ନାମ କିଛି ଅଲଗା ଥିଲା | ପ୍ରକୃତରେ କରୀନାଙ୍କ ଜନ୍ମ ହେବାର ଠିକ ୬ ଦିନ ପୂର୍ବରୁ କକେଇଙ୍କ ଝିଅ ତଥା ଭଉଣୀ ରିଦ୍ଧିମା କପୁରଙ୍କର ଜନ୍ମ ହୋଇଥିଲା | ଆଉ ଏହି ସମୟରେ ଗଣେଶଙ୍କ ପୂଜା ହେଉଥିଲା |

Advertisment

ଆଉ ଗଣେଶଙ୍କ ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧିଙ୍କ ନାମ ଅନୁସାରେ ବଲିଉଡର ଭେଟେରାନ ଅଭିନେତା ରାଜ କପୁର ଦୁଇ ନାତୁଣୀଙ୍କ ନାମ ରିଦ୍ଧିମା ଓ ସିଦ୍ଧିମା ରଖିଥିଲେ | କିନ୍ତୁ ଋଷି କପୁର-ନିତୁ କପୁର ନିଜ ଝିଅର ନାମ ରିଦ୍ଧିମା ରଖିଥିବାବେଳେ ରଣଧୀର-ବବିତା ନିଜ ଝିଅର ନାମ ସିଦ୍ଧିମା ବଦଳାଇ କରୀନା ରଖିଥିଲେ |

ତେବେ 'କରୀନା' ନାମ ରଖିବା ପଛରେ ବି ଏକ କାହାଣୀ ଅଛି | ବବିତା ଯେତେବେଳେ ଗର୍ଭବତୀ ଥିଲେ, ସେ ଲିଓ ଟଲଷ୍ଟୟଙ୍କ ବହି 'ଆନ୍ନା କରେଇନା' ପଢୁଥିଲେ | ଆଉ ବହିର ଶୀର୍ଷକ ମୁତାବକ ଜନ୍ମ ହେବାପରେ ସିଦ୍ଧିମା ବଦଳାଇ କରୀନା ରଖିଥିଲେ | ସୂଚନା ମୁତାବକ ୨୦୧୬ରେ ସୈଫ୍‌ ଓ କରୀନା ସେମାନଙ୍କର ପ୍ରଥମ ସନ୍ତାନ ‘ତୈମୁର୍‌’କୁ ସ୍ୱାଗତ କରିଥିଲେ। ଆଉ ଫେବୃୟାରୀ ୨୧ ତାରିଖରେ ଦ୍ଵିତୀୟ ସନ୍ତାନକୁ ଜନ୍ମଦେଇଥିଲେ |