ଜାଣନ୍ତୁ , ସତ୍ୟ ଘଟଣା ଉପରେ ଆଧାରିତ କେଉଁ ହିନ୍ଦୀ ସିନେମା ଆସୁଛି

ଗୋଲ୍‌ଡ: ‘ପ୍ୟାଡମ୍ୟାନ୍‌’ ପରେ ଅକ୍ଷୟ କୁମାର ପୁଣି ନେଇ ଆସୁଛନ୍ତି ଆଉ ଏକ ସତ୍ୟ ଘଟଣା ଉପରେ ଆଧାରିତ ସିନେମା । ଏହାର ଟାଇଟଲ୍‌ ହେଲା ‘ ଗୋଲଡ୍‌’ । ଏଥିରେ ଜଣେ ବଙ୍ଗୀୟ ହକି କୋଚ୍‌ ଚରିତ୍ରରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର । ଏହାର କଥାବସ୍ତୁ ସ୍ୱାଧୀନ ଭାରତର ପ୍ରଥମ ଅଲମ୍ପିକ୍‌ ସୁବର୍ଣ୍ଣ ପଦକ ଜିତିବାର କାହାଣୀ ଉପରେ ପର୍ଯ୍ୟବସିତ । ‘ଗୋଲଡ୍‌’ ରେ ଛୋଟପରଦାର ଲୋକପ୍ରିୟ ନାୟିକା ମୌନି ରାୟ ବଲିଉଡ ଡେବ୍ୟୁ କରୁଛନ୍ତି । ଏଥିରେ ମୌନି ଦେଇଛନ୍ତି ରୀମା କାଗ୍‌ତି ।

ମଣି କାର୍ଣ୍ଣିକା – ଦ କୁଇନ୍‌ ଅଫ୍‌ ଝାନ୍‌ସୀ : ବଲିଉଡର ଲୋକପ୍ରିୟ ନାୟିକା କଙ୍ଗନା ରାନାଓ୍ଵତ୍‌ ଏବେ ଏକ ନୂଆ ସିନେମାରେ କାମ କରୁଛନ୍ତି । ଏଥିରେ ଟାଇଟଲ୍‌ ରୋଲରେ ଅଛନ୍ତି କଙ୍ଗନା । ଭାରତର ପ୍ରସିଦ୍ଧ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନ ଉପରେ ଏହି ସିନେମାର ଏଥିରେ ପର୍ଯ୍ୟବସିତ ବୋଲି କୁହାଯାଉଛି । କ୍ରିଶ୍‌ ଏହାର ନିର୍ଦ୍ଦେଶକ । ଏଥିରେ କଙ୍ଗନାଙ୍କ ବ୍ୟତୀତ ସୋନୁ ସୁଦ୍‌ ଓ ଅଙ୍କିତା ଲୋଖଣ୍ଡେ ପ୍ରମୁଖ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ।

ସୁପର-୩୦: ହ୍ରତିକ୍‌ ରୋଶନ୍‌ ଙ୍କ ଆଗାମୀ ସିନେମା ହେଲା ‘ ସୁପର-୩୦’ । ଏହା ହେଉଛି ମଧ୍ୟ ସତ୍ୟ ଘଟଣା ଆଧରିତ । ଏଥିରେ ବିହାରର ଆନନ୍ଦ କୁମାରଙ୍କ ଜୀବନୀ ଦେଖିବାକୁ ମିଳିବ । ଆନନ୍ଦ କୁମାର ହେଉଛନ୍ତି ସୁପର-୩୦ କୋଚିଂ ସେଣ୍ଟର ର ପ୍ରତିଷ୍ଠାତା । ଏହାର ନିର୍ଦ୍ଦେଶକ ହେଲେ ବିକାଶ ବହଲ୍‌ ।

ସମ୍ବନ୍ଧିତ ଖବର