୧୫ ମିଲିଅନ୍ ଦର୍ଶକଙ୍କ ସମର୍ଥନ ପାଇଲାଣି ରିୟାଲିଟି ସୋ’ ‘ଲକ୍ ଅପ୍’: କଙ୍ଗନା

ଅଭିନେତ୍ରୀ ୟାମି ଗୌତମ୍ କଙ୍ଗନାଙ୍କୁ ତାଙ୍କ ନୂଆ ଚଳଚ୍ଚିତ୍ର ‘ଥର୍ସ ଡେ’କୁ ନେଇ ଖୁବ୍ ତାରିଫ କରିଛନ୍ତି। ଏପାଖେ ଛୋଟ ପରଦାରେ ନୂଆକରି ପ୍ରସାରଣ ହେଇଥିବା ରିୟାଲିଟି ସୋ’ ‘ଲକ୍ ଅପ୍’ରେ କଙ୍ଗନା ହୋଷ୍ଟିଙ୍ଗ୍ କରୁଛନ୍ତି। ଏହାର ଟାଗ୍ ଲାଇନ୍ ରହିଛି ‘ବଦମାସ୍ ଜେଲ୍ ଅତ୍ୟାଚାରୀ ଖେଲ୍’। ୧୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଏଇ ସୋ’ରେ ନିଶା ରାୱଲ୍‌, ପୁନମ୍‌ ପାଣ୍ଡେ, କରଣବୀର ବୋହରା, ଚକ୍ରପାଣି, ସିଦ୍ଧାର୍ଥ ଶର୍ମା, ଅଞ୍ଜଳି ଆରୋରା, ବବିତା ଫୋଗାଟ୍, ଶିବମ୍ ଶର୍ମା, ସାରା ଖାନ୍, ପାୟଲ୍ ରୋହତୋଗୀ, ତେହସୀନ ପୋନାୱାଲା, ସାୟଶା ସିନ୍ଦେ ପ୍ରମୁଖ ସେଲିବ୍ରିଟିମାନେ ଭାଗ ନେଇଛନ୍ତି।

indianexpress.com

ତେବେ ସବୁଠୁ ମଜାଦାର କଥା ହେଉଛି ‘ବିଗ୍ ବସ୍’ ସିଜିନ୍-୧୫ରେ ଭାଗ ନେଇଥିବା କରନ୍ କୁନ୍ଦ୍ରା କଙ୍ଗନାଙ୍କ ଏହି ସୋ’ରେ ଜଣେ ଜେଲର ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। କରନ୍ ମଧ୍ୟ ଅପରପକ୍ଷରେ ଘୋଷଣା କରିଛନ୍ତି ‘ଶରାଫତ୍ କିସ୍ ଚିଡିୟା କା ନାମ ହୈ’, ଲଗତା ହୈ ୟେ ସବ ଭୁଲ ଗୟେ ହେଁ, ୟାଦ ଦିଲାନେ କା ୱକ୍‌ତ ଆ ଗୟା ହୈ’। କରନ୍ ଏହା କହିବାକୁ ଚାହିଛନ୍ତି ଯେ ଯେଉଁ ଲୋକମାନେ ତାଙ୍କୁ ଏଭଳି ଆରୋପ କରୁଛନ୍ତି ସମ୍ଭବତଃ ସେମାନଙ୍କର ସାମାନ୍ୟ ସମ୍ମାନ ଓ ସୌଜନ୍ୟବୋଧ ନାହିଁ। ସେମାନଙ୍କୁ ଏହା ହେଉଛି ମନେ ପକେଇଦେବାର ଯଥାର୍ଥ ସମୟ।’ କରନ୍ କହିଛନ୍ତି ‘ମୁଁ ଏବେ ସେ ସମସ୍ତଙ୍କୁ ବାଟକୁ ଆଣିବା ପାଇଁ କୁଇନଙ୍କ ବଦମାସ ଜେଲ୍ ଭିତରକୁ ଆସୁଛି। ଏବେ ଅସଲି ଅତ୍ୟାଚାରୀଙ୍କ ଖେଳ ଆରମ୍ଭ ହେବ’।

India.com

ଏଇ ସୋ’ରେ କରଣବୀର ଭୋରା ମଧ୍ୟ ଚୋରି କେସରେ ଅଭିଯୁକ୍ତ ହେଇ ବେଶ୍ ଚର୍ଚ୍ଚାକୁ ଆସିବେ। ସୋ’କୁ ମଧ୍ୟ ପାୟଲ ରୋହତଗୀ ଆସୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଇଗଲାଣି। ଏପାଖେ ବବିତା ଫୋଗଟ୍ ବି ସୋ’ରେ ‘ଅସଲି ଦଙ୍ଗଲ୍’ ଦେଖାଇବେ ବୋଲି ସୂଚନା ଦେଲେଣି। ସୋ’ରେ ‘ଜୟେଶ ଭାଇ ଜୋରଦାର’ ମଧ୍ୟ ତାଙ୍କ ପ୍ରମୋସନରେ ଆସିବେ ବୋଲି ଶୁଣାଯାଉଛି। ମୁକ୍ତିଲାଭ କରିସାରିଥିଲେ ବି ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ ଆଉ ଥରେ ଉକ୍ତ ସୋ’ରେ ପହଞ୍ଚିବ ବୋଲି ଯୋଜନା ରହିଛି। ଏମ୍‌ଏକ୍ସ ପ୍ଲେୟାର୍‌ ଓ ଅଲ୍ଟ ବାଲାଜୀର ମିଳିତ ନିବେଦନରେ ପ୍ରସ୍ତୁତ ହେଇଥିବା ‘ଲକ୍ ଅପ୍’ ମାତ୍ର ୪୮ ଘଣ୍ଟା ଭିତରେ ୧୫ ମିଲିଅନ୍ ଦର୍ଶକଙ୍କ ସମର୍ଥନ ପାଇଲାଣି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଦାବି କରିଛନ୍ତି ନିଜେ ସୋ’ର ହୋଷ୍ଟ କଙ୍ଗନା।

ସମ୍ବନ୍ଧିତ ଖବର