ବ୍ୟାବସାୟିକ ସଫଳତା ପାଇଥିବା ତିନିଟି ଫିଲ୍ମର ଏହି ନାୟିକାଙ୍କ ହାତ ଖାଲି

ଯଦି ଆପଣ ଷ୍ଟାରସନ୍‌ କି ଷ୍ଟାରଡଟର ନୁହଁନ୍ତି, ତେବେ ବଲିଉଡ୍‌ରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିବ। ପୁଣି ଯଦି ଭାଗ୍ୟ ସାଥ ନ ଦିଏ ତେବେ ଆପଣ ପ୍ରତିଭା ଥାଇ ବି ସଫଳ ହୋଇପାରିବେ ନାହିଁ। ଏମିତି ବି ଦେଖା ଯାଇଛି, ଜଣେ ଅଭିନେତା/ ଅଭିନେତ୍ରୀ ହିଟ୍‌ ଫିଲ୍ମ ଦେଇ ବି ବଲିଉଡରେ ଆସ୍ଥାନ ଜମାଇ ପାରି ନାହାନ୍ତି।

ଏପରି ଘଟିଛି ଅଳ୍ପ ଜଣା ଅଭିନେତ୍ରୀ ଇଶିତା ରାଜ ଶର୍ମାଙ୍କ ସହିତ । ପିଲାଟି ଦିନରୁ ତାଙ୍କର ଇଚ୍ଛା ଥିଲା ଅଭିନେତ୍ରୀ ହେବେ; ହୋଇ ବି ଗଲେ! ପ୍ରଥମ ଫିଲ୍ମ ୨୦୧୧ରେ ମୁକ୍ତିଲାଭ କରିଥିବା ‘ପ୍ୟାର -କା ପଂଚନାମା’, ଦ୍ୱିତୀୟ ଫିଲ୍ମ ‘ପ୍ୟାରକା ପଂଚନାମା ୨’ ମୁକ୍ତିଲାଭ କରିଥିଲା ୨୦୧୫ରେ। ନିକଟରେ ମୁକ୍ତିଲାଭ କରିଥିଲା ଇଶିତା ଅଭିନୀତ ‘ସୋନୁକେ ଟିଟୁ କୀ ସ୍ୱିଟି’। ତିନିଟିଯାକ ଫିଲ୍ମ ବ୍ୟାବସାୟିକ ସଫଳତା ହାସଲ କରିଥିବା ସତ୍ତ୍ୱେ ସେ ଏବେ ବେକାର। ତାଙ୍କ ହାତରେ ଫିଲ୍ମ ନାହିଁ କି ଏ ଯାଏ ବଲିଉଡ୍‌ରେ ସୁପରିଚିତ ହୋଇପାରିନାହାନ୍ତି।

ତେବେ ଏଥିରେ ନିରାଶ ହୋଇ ନାହାନ୍ତି ଇଶିତା। ସେ ଅବିଚଳିତ। ଇଶିତା ଅତ୍ୟଧିକ ଆତ୍ମ-ବିଶ୍ୱାସୀ; ନିଜ ଉପରେ ତାଙ୍କର ଭରସା ଅଛି। ତେଣୁ, ଅପେକ୍ଷା କରିବେ। ସେ ଦିଲ୍ଲୀର ଝିଅ। କାମ ନ ଥିବାରୁ ଆଜିକାଲି ନିଜ ଘରେ ରହୁଛନ୍ତି। ମାଧୁରୀ ଦୀକ୍ଷିତ ଓ ଶ୍ରୀଦେବୀଙ୍କର ସେ ପ୍ରଶଂସିକା।

ସମ୍ବନ୍ଧିତ ଖବର