ରେକର୍ଡ ଭାଙ୍ଗିଲା ପଦ୍ମାବତୀ!

ମୁମ୍ବାଇ: ସଞ୍ଜୟଲୀଲା ଭଁସାଲି ହାସଲ କରିଛନ୍ତି ଅନ୍ୟ ଏକ ସଫଳତା। ଦୀପିକା ପାଦୁକୋନ ଏବଂ ସାହିଦ କପୁରଙ୍କ ଦ୍ୱାରା ଅଭିନୀତ ଚଳଚ୍ଚିତ୍ର ‘ପଦ୍ମାବତୀ’ ରିଲିଜ୍‌ ହେବା ପୂର୍ବରୁ ରେକର୍ଡ ଭଙ୍ଗ କରିସାରିଲାଣି। ‘ପଦ୍ମାବତୀ’ର ଟ୍ରେଲର୍‌ ରିଲିଜ୍‌ ହେବାର ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବ୍‌ରେ ସର୍ବାଧିକ ଦର୍ଶକ ଏହାକୁ ଦେଖି ସାରିଲେଣି। ‘ପଦ୍ମାବତୀ’ର ଟ୍ରେଲର୍‌ ଭିୟୁ ୨୪ ଘଣ୍ଟା ମଧ୍ୟରେ ୧୫ ମିଲିୟନ ରହିଥିବା ବେଳେ ‘ପଦ୍ମାବତୀ’ର କିଛି ଘଣ୍ଟା ପୂର୍ବରୁ ରିଲିଜ୍‌ ହୋଇଥିବା ‘ଜଷ୍ଟିସ୍‌ ଲିଗ୍‌’ର ଭିୟୁ ରହିଥିଲା ୧୩ ମିଲିୟନ୍‌। ଏବେ ଭିତରେ ‘ପଦ୍ମାବତୀ’ର ଟ୍ରେଲର୍‌ ଭିୟୁ ୟୁଟ୍ୟୁବ୍‌ରେ ପରେ ୨୦ ମିଲିୟନ୍‌ ଛୁଇଁ ରେକର୍ଡ ସୃଷ୍ଟି କରିଛି।

ଫ୍ୟାନ୍‌ମାନଙ୍କ ଶ୍ରଦ୍ଧା ସକାଶେ ଅଭିନେତା ସାହିତ କପୁର୍‌ ଏବଂ ରଣବୀର ସିଂ ସମସ୍ତଙ୍କୁ ସୋସିଆଲ୍‌ ମିଡିଆ ଜରିଆରେ ଧନ୍ୟବାଦ ଜଣାଇଛନ୍ତି। ଭଁସାଲିଙ୍କ ଏହି ଟ୍ରେଲର୍‌ ଦେଖିବା ପରେ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ, ରିତିକ ରୋଶନ, ଆଲିଆ ଭଟ୍ଟ, ସୋନାକ୍ଷି ସିହ୍ନା ଏବଂ ଅନୁଷ୍କା ଶର୍ମା ଆଦି ପଜିଟିଭ୍‌ ରେସ୍‌ପଣ୍ଡ୍‌ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ଡିସେମ୍ବର ୧ରେ ମୁକ୍ତିଲାଭ କରିବାକୁ ଥିବା ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନିଭାଇଛନ୍ତି ଦୀପିକା ପାଦୁକୋନ। ଦୀପିକା ଏଥିରେ ରାଣୀ ପଦ୍ମିନୀଙ୍କ ଭୂମିକାରେ ନଜର ଆସିବେ। ଦୀପିକାଙ୍କ ସମେତ ଚଳଚ୍ଚିତ୍ରରେ ନଜର ଆସିବେ ସାହିଦ କପୁର, ରଣବୀର ସିଂହ ଏବଂ ଆଦିତି ରାୟ ହାଇଦରି। ଦିନ୍ଦୁ ରାଜପୁତ ରାଣୀ ପଦ୍ମିନୀଙ୍କ ଉପରେ ଚଳଚ୍ଚିତ୍ରଟି ଆଧାରିତ। ଏଥିରେ ଦୀପିକା ମୁଖ୍ୟ ଭୂମିକାରେ ରହିଥିବା ବେଳେ ସାହିଦ କପୁର ଦୃଶ୍ୟମାନ ହେବେ ରାଓଲ ରତନ ସିଂହଙ୍କ ଭୂମିକାରେ। ସେହିପରି ଆଲ୍ଲାଉଦ୍ଦିନ ଖିଲିଜିଙ୍କ ଭୂମିକାରେ ରଣବୀର, କମଳା ଦେବୀଙ୍କୁ ଭୂମିକାରେ ଆଦିତୀ ଏବଂ ମଲିକ କପଉର୍‌ଙ୍କ ଭୂମିକାରେ ଚିମ୍‌ ସର୍ଭ ନଜର ଆସିବେ।

 

ସମ୍ବନ୍ଧିତ ଖବର