ରିୟାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ, ଭାଇ ସୌଭିକଙ୍କ ଜାମିନ୍‌ ଆବେଦନକୁ ଖାରଜ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବେଆଇନ ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। ସେ ବିନା ଅନୁମତିରେ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ ବୋଲି ସୂଚନା ରହିଛି। ତାଙ୍କ ପାସପୋର୍ଟ ଦାଖଲ କରିବାକୁ ଅଦାଲତ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ରିୟାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଅଦାଲତ।

ରିୟା ମୁମ୍ବାଇରୁ ବାହାରକୁ ଯିବା ପାଇଁ ଅନୁମତି ଆବଶ୍ୟକ ବୋଲି ସର୍ତ୍ତ‌ରେ ଉଲ୍ଲେଖ କରାଯାଇଛି।  ଡ୍ରଗ୍ସ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ସେପ୍ଟେମ୍ବର ୯ ତାରିଖରେ ରିୟାଙ୍କୁ ଗିରଫ କରିଥିଲା ନାର୍କେଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ। ତାଙ୍କ ସହ ତ‌ାଙ୍କ ଭାଇ ସୌଭିକ୍‌, ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିଚାଳକ ସାମୁଏଲ ମିରିଣ୍ଡା ଓ ଅନ୍ୟମାନଙ୍କୁ ମଧ୍ୟ ଏନ୍‌ସିବି ଗିରଫ କରିଥିଲା। ରିୟାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ମିଳିଥିବା ବେଳେ  ରିୟାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ‌ଅଦାଲତ।


PowerNews TV

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜାମିନ୍‌ ପାଇଁ ରିୟା ଓ ସୌଭିକ୍‌ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଅଦାଲତ ରିୟାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଓ ସେ ଖୁବ୍ ଶୀଘ୍ର ଜେଲ୍‌ରୁ ମୁକ୍ତ ହେବେ। ପୂର୍ବରୁ ରିୟାଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ବଲିଉଡ୍‌ର କିଛି ସେଲିବ୍ରିଟି ଅନ୍‌ଲାଇନ୍‌ ଅଭିଯାନ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର