ମୁମ୍ବାଇ: ବଲିଉଡର ଅଭିନେତ୍ରୀ ରେଖା ଆଜି ମଧ୍ୟ ଚଳଚ୍ଚିତ୍ରରେ ନଜର ଆସୁଛନ୍ତି। ପ୍ରଶଂସକମାନେ ତାଙ୍କ ଝଲକ ପାଇବାକୁ ଅପେକ୍ଷା କରି ରହୁଛନ୍ତି । ରେଖାଙ୍କର ପ୍ରଶଂସକଙ୍କ ସହିତ ସେଲିବ୍ରିଟି ଏବଂ ବଲିଉଡ ତାରକାମାନେ ମଧ୍ୟ ତାଙ୍କ ଅଭିନୟକୁ ପସନ୍ଦ କରନ୍ତି। ରେଖା ହୁଏତ ପରଦାରେ ହିଟ୍ ହୋଇଥାଇପାରେ କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅସଫଳ ହୋଇଥିଲେ।

Advertisment

ଥରେ ସେ ବିବାହ କରିବା ପରେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିଲେ ଏବଂ ଯେତେବେଳେ ସେ ପ୍ରେମରେ ପଡ଼ିଥିଲେ, ତାଙ୍କ ଶାଶୁ ତାଙ୍କୁ ଗ୍ରହଣ କରି ନ ଥିଲେ। ଏଥିସହିତ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା କିନ୍ତୁ ସେମାନଙ୍କ ପ୍ରେମ ମଧ୍ୟ ସଫଳ ହୋଇପାରି ନ ଥିଲା। ରେଖାଙ୍କ ପ୍ରଥମ ବିବାହ ସହିତ ଜଡିତ କିଛି କଥା ସେ ନିଜେ ସେୟାର କରିଥିଲେ। ଯାହା ପରବର୍ତ୍ତୀ ସମୟରେ ବେଶ୍ ଭାଇରାଲ ହୋଇଥିଲା। ଏସବୁ ତଥ୍ୟ ତାଙ୍କ ହନିମୁନ୍ ଏବଂ ସ୍ୱାମୀଙ୍କ ସହିତ ଜଡି।

ରେଖା ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ୪ ମାର୍ଚ୍ଚ ୧୯୯୦ରେ ବିବାହ କରିଥିଲେ। ତେବେ ବିବାହର ମାତ୍ର ୬ ମାସ ମଧ୍ୟରେ ସ୍ୱାମୀ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରେ ମଧ୍ୟ ରେଖା ତାଙ୍କ ପାଖକୁ ଯାଇ ନ ଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ରେଖା ମୁକେଶ ଅଗ୍ରୱାଲଙ୍କ ବିଷୟରେ ଅନେକ ଖୁଲାସା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ରେଖାଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ହୋଇଥିଲା।

ତାଙ୍କ ଶାଶୂ ମଧ୍ୟ ମୁକେଶ ରେଖାଙ୍କ ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ। ରେଖାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ସ୍ୱାମୀଙ୍କ ମୃତ୍ୟୁ ପରେ ରେଖା ପ୍ରକାଶ କରିଥିଲେ ଯେ ମୁକେଶ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିଲେ। ସ୍ୱାମୀଙ୍କ ଆତ୍ମହତ୍ୟା ପରେ ସେ ଏହା ପ୍ରକାଶ କରିଥିଲେ।

ରେଖା ଏକ ସାକ୍ଷାତକାରରେ କହିଥିଲେ ଯେ ସେ କେବେ ମୁକେଶଙ୍କଠାରୁ ଛାଡପତ୍ର ପାଇବାକୁ ଚାହୁଁ ନ ଥିଲେ। କିନ୍ତୁ ମୁକେଶ ମୋଠାରୁ ଛାଡପତ୍ର ପାଇବାକୁ ଚାହୁଁଥିବା‌ ରେଖା କହିଥିଲେ। ମୁକେଶ ତାଙ୍କଠାରୁ ଛାଡପତ୍ର ମାଗିଥିଲେ। ଏହା ପଛର କାରଣ ସମ୍ପର୍କରେ ସେ କହିଥିଲେ ଯେ ମୁକେଶ କେବେବି ଚାହୁଁ ନ ଥିଲେ ଯେ ରେଖା ତାଙ୍କଠାରୁ ଦୂରରେ ରୁହନ୍ତୁ।

ଚଳଚ୍ଚିତ୍ର ସୁଟିଂ ପାଇଁ ଅଭିନେତ୍ରୀଙ୍କୁ ଅନେକ ଦିନ ବାହାରେ ରହିବାକୁ ପଡୁଥିଲା, ଯେଉଁ କାରଣରୁ ମୁକେଶଙ୍କର ଅନେକ ସମସ୍ୟା ଥିଲା। ସେ ଏହାକୁ ବନ୍ଦ କରିଦେଇଥିଲେ ଏବଂ ରେଖା ଅଭିନୟଠାରୁ ଦୂରରେ ରହନ୍ତୁ ତାହା ସେ ଚାହୁଁଥିଲେ। କିନ୍ତୁ, ରେଖା ମଧ୍ୟ ଏକ ସର୍ତ୍ତ ରଖିଥିଲେ ଯେ ଯଦି ସେ ଗର୍ଭବତୀ ହୁଅନ୍ତି ତେବେ ସେ ଅଭିନୟ ଛାଡିବେ। ରେଖା ତାଙ୍କ ସମ୍ପର୍କ ବିଷୟରେ କହିଥିଲେ ଯେ ଏକ ଆରେଞ୍ଜ ମ୍ୟରେଜ୍ କରିବାରେ ତରବର ହେବା ଠିକ୍ ନୁହେଁ।

publive-image

କିନ୍ତୁ ସେ ସମ୍ପର୍କକୁ ନେଇ କେବେ ହାର୍ ମାନି ନାହାନ୍ତି। ରେଖା କହିଥିଲେ ଯେ ବିବାହ ପରେ ସେ ତାଙ୍କ ସ୍ୱାମୀ ମୁକେଶଙ୍କ ସହ ହନିମୁନ୍‌ ଯାଇଥିଲେ ଏବଂ ଏହି ସମୟ ମଧ୍ୟରେ ସେ ଅନୁଭବ କରିଥିଲେ ଯେ ଦୁହେଁ ପରସ୍ପର ପାଇଁ ତିଆରି ହୋଇନାହାନ୍ତି। ସେ ଅନୁଭବ କରିଥିଲେ ଯେ ସେମାନେ ଅଲଗା ହୋଇଯିବା ଉଚିତ୍ । ମିଡିଆ ରିପୋର୍ଟ ଅନୁଯାୟୀ, ରେଖା ତାଙ୍କ ଜୀବନରେ ଦୁଇଥର ବିବାହ କରିଥିଲେ। ପ୍ରଥମେ ବିନୋଦ ମେହେରା ଏବଂ ପରେ ମୁକେଶ ଅଗ୍ରୱାଲଙ୍କୁ।

ବିନୋଦ ମେହେରାଙ୍କ ମା ରେଖାଙ୍କୁ ଆଦୌ ପସନ୍ଦ କରୁ ନ ଥିଲେ। ତେଣୁ ସେ ସମ୍ପର୍କରେ ତିଷ୍ଠି ରହି ନ ଥିଲା। ତେବେ, ଅଭିନେତ୍ରୀ ୨୦୦୪ ମସିହାରେ ବିନୋଦଙ୍କ ସହ ବିବାହ କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏହି ସମ୍ପର୍କକୁ ବନ୍ଧୁତା ବୋଲି କହିଥିଲେ। ପରେ ସେ ମୁକେଶଙ୍କୁ ବିବାହ କରିଥିଲେ କିନ୍ତୁ ସେହି ସମ୍ପର୍କ ମଧ୍ୟ ୬ମାସ ମଧ୍ୟରେ ଶେଷ ହୋଇଥିଲା, ଯାହା ପରେ ରେଖା କେବେ ବି ଆଉ ବିବାହ କରି ନ ଥିଲେ। ଆଜି ତାଙ୍କ ଜୀବନରେ କେହି ନ ଥିଲେ ମଧ୍ୟ ସେ କାହା ପାଇଁ ସିନ୍ଦୂର ପିନ୍ଧନ୍ତି ତାହା କେହି ଜାଣନ୍ତି ନାହିଁ। ତାହା ଏପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି।