୧୯୮୧ ମସିହାରେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ୟଶ୍ ଚୋପ୍ରାଙ୍କ ବହୁଚର୍ଚ୍ଚିତ ସିନେମା ‘ସିଲ୍ସିଲା’ ମୁକ୍ତିଲାଭ କରିଥିଲା। ୟଶ୍ ଚୋପ୍ରା ପଦ୍ମିନୀଙ୍କୁ ତାଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ ‘ସିଲ୍ସିଲା’ରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେହି ଫିଲ୍ମରେ ଯେଉଁ ଚରିତ୍ର ପାଇଁ ପଦ୍ମିନୀଙ୍କୁ ଅପ୍ରୋଚ୍ କରାଯାଇଥିଲା,ତାହାର ପ୍ରଥମ ପସନ୍ଦ ଥିଲେ ରେଖା। ହେଲେ ସେତେବେଳେ ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ରେଖା ଏକାଠି ସ୍କ୍ରିନ୍ ସେଆର୍ ନ କରିବା ପାଇଁ ଆପାତତଃ ସ୍ଥିର କରିଥିଲେ। କାରଣ ଏକଦା ଅମିତାଭ ଓ ରେଖାଙ୍କ ଆଫେଆରକୁ ନେଇ ଜୋରସୋରରେ ଚର୍ଚ୍ଚା ଲାଗି ରହିଥିଲା।ଏହାକୁ ଅମିତାଭଙ୍କ ପତ୍ନୀ ଜୟା ଆଦୌ ବରଦାସ୍ତ କରିନଥିଲେ। ଶୁଣିବାକୁ ମିଳେ ଯେ ଜୟାଙ୍କ ପରାମର୍ଶରେ ଅମିତାଭ ଆଉ ରେଖାଙ୍କ ସହ କାମ ନ କରିବାର ନିଷ୍ପତ୍ତି ନେଇଥିଲେ।
/sambad/media/post_attachments/wp-content/uploads/2018/02/rekha-jaya-300x225.jpg)
ଏହା ଅବଶ୍ୟ ଭିନ୍ନ କଥା ଯେ ପରେ ଜୟା ବଚ୍ଚନଙ୍କ ଅନୁରୋଧ କ୍ରମେ ହିଁ ରେଖା ‘ସିଲ୍ସିଲା’ରେ ଅଭିନୟ କରିଥିଲେ। କାଶ୍ମୀରରେ ସୁଟିଂ ଛାଡି ୟଶ ସିଧା ଜୟାଙ୍କ ପାଖରେ ପହଞ୍ଚି ଏଥିରେ ରେଖାଙ୍କୁ ନିଆଯିବାଲାଗି ତାଙ୍କର ସହାୟତା ଲୋଡିଥିଲେ। ୟଶ୍ ଚୋପ୍ରା ଭଲଭାବେ ଜାଣିଥିଲେ ଯେ ଜୟାଙ୍କ ଅନୁମତି ବିନା ରେଖାଙ୍କୁ ‘ସିଲ୍ସିଲା’ରେ ନିଆଯିବା ଅସମ୍ଭବ। ଆହୁରି ମଧ୍ୟ କୁହାଯାଏ ଯେ ସିଲସିଲା ପରେ ରେଖାଙ୍କ ସହ ଅମିତାଭ ଅନ୍ୟ କୌଣସି ସିନେମାରେ କାମ କରିବେ ନାହିଁ ବୋଲି ସର୍ତ୍ତ ବି ରଖିଥିଲେ ଜୟା।ଏଥିରେ ଉଭୟେ ୟଶ ଏବଂ ଅମିତାଭ ରାଜି ହୋଇଥିଲେ ଏବଂ ତାହାକୁ ଆଜୀବନ ମାନିଛନ୍ତି।