ନୂଆଦିଲ୍ଲୀ: ରେଖା ବଲିଉଡର ଜଣେ ସୁନ୍ଦରୀ ଓ ପ୍ରତିଭାସମ୍ପର୍ଣ୍ଣ ଅଭିନେତ୍ରୀ। ସେ ସିନେମା ଦୁନିଆରେ ଅନେକ ହିଟ ସିନେମାରେ ଅଭିନୟ କରି ଜଲୱା ଦେଖାଇଛନ୍ତି। ଏଥିସହିତ ରେଖା ତାଙ୍କର ସ୍ବତନ୍ତ୍ର ଫ୍ୟାସନ ଓ ଷ୍ଟାଇଲ ପାଇଁ ଆଜି ଯାଏଁ ଚର୍ଚ୍ଚାରେ ରହି ଆସିଛନ୍ତି। ରେଖାଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିଲେ ବିବାଦରେ ଭରି ରହିଛି।
ରେଖାଙ୍କ ପ୍ରେମ ସମ୍ପର୍କ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଘଟଣା ଅନେକ ରହସ୍ୟରେ ଛନ୍ଦି ହୋଇ ରହିଛି। ଅମିତାଭ ବଚ୍ଚନଙ୍କ ସହିତ ରେଖାଙ୍କ ପ୍ରେମ ସମ୍ପର୍କ ଥିବା କଥା ଆଜି ବି ଲୋକେ ଆଲୋଚନା କରନ୍ତି। ରେଖାଙ୍କୁ ନେଇ ଆଉ ଏକ ଖବର ଉଠିଛି କି ତାଙ୍କର ସେକ୍ରେଟେରି ଫରଜାନାଙ୍କ ସହିତ ନିବିଡ଼ ସମ୍ପର୍କ ଅଛି। ଏକଥା ଆମେ କହୁନାହିଁ... ବରଂ ରେଖାଙ୍କ ବାୟୋଗ୍ରାଫିରେ ଏହି ସମ୍ପର୍କର ଦାବି କରାଯାଇଛି।
କିଛିଦିନ ପୂର୍ବରୁ ରେଖାଙ୍କ ବାୟୋଗ୍ରାଫିରେ ଦାବି କରାଯାଇଥିଲା କି, ଅଭିନେତ୍ରୀ ତାଙ୍କ ସେକ୍ରେଟେରିଙ୍କ ସହିତ ଲିଭଇନରେ ରହୁଛନ୍ତି। ରେଖାଙ୍କ ସେକ୍ରେଟେରିଙ୍କ ନାମ ଫରଜାନା। ଯିଏକି ଛାଇ ଭଳି ସବୁବେଳେ ରେଖାଙ୍କ ପାଖେପାଖେ ରହି ଥାଆନ୍ତି।
ଫରଜାନା ପ୍ରଥମେ ରେଖାଙ୍କ ହେୟାର ଡ୍ରେସର ଥିଲେ। ଧୀରେଧୀରେ ରେଖାଙ୍କ ସହିତ ଫରଜାନାଙ୍କ ସମ୍ପର୍କ ନିବିଡ଼ ହୋଇଯିବା ପରେ ଅଭିନେତ୍ରୀ ତାଙ୍କୁ ସେକ୍ରେଟେରି କରି ଦେଇଥିଲେ। ରେଖାଙ୍କୁ ଭେଟ କରିବା ପୂର୍ବରୁ ଫରଜାନାଙ୍କ ଅନୁମତି ନେବାକୁ ପଡ଼େ। ଫରଜାନା ଚାହିଁଲେ ଯାଇ ରେଖାଙ୍କୁ ଭେଟ କରି ହୋଇଥାଏ।
ରେଖା ଓ ଫରଜାନାଙ୍କ ସମ୍ପର୍କୁ ନେଇ ଅନେକ ଥର କଥା ଉଠିଛି। ରେଖାଙ୍କ ଜା’ ଥରେ କହିଥିଲେ କି, ରେଖା ଓ ଫରଜାନାଙ୍କ ସମ୍ପର୍କ ସ୍ବାମୀ ଓ ସ୍ତ୍ରୀଙ୍କ ଭଳି ରହିଛି। ୟାସିର ଉସ୍ମାନଙ୍କ ଦ୍ବାରା ଲେଖାଯାଇଥିବା ରେଖାଙ୍କ ଜୀବନୀରେ ବି ଦାବି କରାଯାଇଛି କି ରେଖା ଗତ ୩୦ବର୍ଷ ହେବ ତାଙ୍କ ସେକ୍ରେଟେରି ଫରଜାନାଙ୍କ ସହିତ ରିଲେସନସିପରେ ରହିଛନ୍ତି।