ସମସ୍ତଙ୍କ ସାମ୍ନାରେ ନିଜର ଭଲପାଇବାକୁ ସ୍ବୀକାର କରି ଅମିତାଭଙ୍କୁ ନେଇ ରେଖା କହିଥିଲେ ଏଭଳି କଥା

ନୂଆଦିଲ୍ଲୀ: ସର୍ବଦା ଚର୍ଚ୍ଚାରେ ରହିଥିବା ରେଖା ପରଦାରେ ଜୀବନ୍ତ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥାଆନ୍ତି। ରେଖା ତାଙ୍କ ମନ ଭିତରେ କିଛି ଲୁଚାଇ ରଖି ପାରନ୍ତି ନାହିଁ, ଯାହା କହିଥାଆନ୍ତି ମନଖୋଲି କହିଥାଆନ୍ତି। ତାଙ୍କ ଜୀବନ ଏକ ଖୋଲା ବହି ଭଳି ରହିଛି। ସେ ତାଙ୍କର ଭାଙ୍ଗିଯାଇଥିବା ବିବାହ ହେଉ ଅବା ଅମିତାଭଙ୍କ ସହିତ ଭଲପାଇବା। ରେଖା କେବେ ହେଲେ ଏସବୁକୁ ଲୁଚାଇ ନାହାନ୍ତି। ଏ ପ୍ରସଙ୍ଗ ଉପରେ ଯେତେବେଳେ ଯିଏ କୌଣସି ପ୍ରଶ୍ନ କରନ୍ତି ରେଖା ମନଖୋଲି ଉତ୍ତର ଦେଇଥାଆନ୍ତି।

ରେଖାଙ୍କୁ ନେଇ ଏକ ଭିଡିଓ ପୁଣି ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରେଖା ଖୋଲାଖୋଲି ଭାବେ ତାଙ୍କ ପ୍ରେମକୁ ପ୍ରକାଶ କରୁଥିବା ଦେଖିବାକୁ ଶୁଣିବାକୁ ମିଳୁଛି।

ଏହି ଭିଡିଓ ସିମି ଗ୍ରେୱାଲଙ୍କ ‘ରୋନ୍ଦଭୁ ଉଇଥ ସିମି ଗ୍ରେୱାଲ’ ଟକ୍ ସୋରୁ ଆସିଛି। ଯେଉଁଥିରେ ରେଖା ନିଜ ପ୍ରେମକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି, ବରଂ ନିଜ ପ୍ରେମକୁ ଅତି ସୁନ୍ଦର ଭାବରେ ପ୍ରକାଶ କରୁଛନ୍ତି।

 

 

View this post on Instagram

 

A post shared by Aashna💟 (@reels_tube._)

ତେବେ ରେଖା ଏହି ସମ୍ପର୍କର ମର୍ଯ୍ୟାଦା ଶେଷ ହେବାକୁ ଦେଇନାହାନ୍ତି। ରେଖା କହିଛନ୍ତି, ‘ବିଶ୍ବ ହିଁ ତାଙ୍କୁ ଭଲ ପାଏ। ସେ ପିଲା, ବୟସ୍କ, ମହିଳା କିମ୍ବା ପୁରୁଷ ହୁଅନ୍ତୁ, ସମସ୍ତଙ୍କ ମନରେ ସେ ଘର କରିଛନ୍ତି। ତେବେ କାହିଁକି ମୋତେ ଏହି ପ୍ରଶ୍ନ  ଯେ ମୁଁ ଅମିତାଭ ବଚ୍ଚନଙ୍କୁ ଭଲପାଏ କି ନାହିଁ ?

ଆଗକୁ ରେଖା କହିଛନ୍ତି,‘ପୂରା ଦୁନିଆର ଭଲପାଇବାକୁ ଏକାଠି କରିବା ପରେ ସେଥି‌ରେ ଆଉ ଟିକେ ଭଲ ପାଇବା ମିଶାଇ ଦିଅନ୍ତୁ, ଯେତିକି ହେବ ମୋ ହୃଦୟରେ ତାଙ୍କ ପାଇଁ ସେତିକି ଭଲ ପାଇବା ଅଛି।’

ରେଖା ଓ ଅମିତାଭଙ୍କ ଯୋଡି ଚର୍ଚ୍ଚାରେ ରହିଥିଲା, ରହିଛି ଓ ରହିବ ମଧ୍ୟ। ସେ ସମୟରେ ଏଦୁହେଁ ଯେଉଁ ସିନେମାରେ ନଜର ଆସୁଥିଲେ ଦର୍ଶକ ରେଖା ଓ ଅମିତାଭଙ୍କୁ ଖୁବ ଭଲ ପାଇବା ଅଜାଡ଼ି ଦେଉଥିଲେ।

 

ସମ୍ବନ୍ଧିତ ଖବର