ମୁମ୍ବାଇ: ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହୁଏ ଅଭିନେତ୍ରୀ ଶ୍ରୀଦେବୀଙ୍କର ତାଙ୍କ ସଉତୁଣି ଏବଂ ସଉତୁଣୀଙ୍କ ପିଲାମାନଙ୍କ ସହ ଭଲ ପଟୁନଥିଲା। ସେ ଦୁଇ ପରିବାରଙ୍କ ମଧ୍ୟରେ ବିରାଟ ପାଚେରୀ ରହିଥିଲା। ବୋନି କପୁର୍ଙ୍କ ପ୍ରଥମ ପତ୍ନୀଙ୍କ ଗୋଟାଏ ପୁଅ ଓ ଗୋଟାଏ ଝିଅ ରହିଥିବା ବେଳେ ତାଙ୍କ ଦ୍ୱିତୀୟ ପତ୍ନୀ ଶ୍ରୀଦେବୀଙ୍କର ଜାନ୍ଭୀ ଏବଂ ଖୁସି ନାମରେ ଦୁଇ ଝିଅ ଅଛନ୍ତି। ବୋନିଙ୍କ ପ୍ରଥମ ପତ୍ନୀଙ୍କ ପୁଅ ତଥା ଅଭିନେତା ଅର୍ଜୁନ କପୁର ଶ୍ରୀଦେବୀଙ୍କୁ କେବଳ ତାଙ୍କ ବାପାଙ୍କ ପତ୍ନୀ ଭାବନ୍ତି
ବୋଲି କହିବାରୁ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ପାଲଟିଥିଲା। ସ୍ପଷ୍ଟ ହୋଇଥିଲା ଯେ ଅର୍ଜୁନ ନିଜ ବାପାଙ୍କୁ ଶ୍ରଦ୍ଧା କରୁଥିଲେ ବି ସାବତ ମାଆ ଶ୍ରୀଦେବୀଙ୍କୁ ମାଆ ଭାବେ ଗ୍ରହଣ କରି ପାରିନଥିଲେ।
/sambad/media/post_attachments/wp-content/uploads/2018/02/images-2-6.jpg)
ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ଦୀର୍ଘ ଦିନ ହେବ ଗଣମାଧ୍ୟରେ କପୁର୍ ପରିବାର ବିଷୟରେ ଗୁଜବ ପ୍ରକାଶ ପାଉଥିଲା। ବାସ୍ତବରେ ବୋନି କପୁରଙ୍କ ଦୁଇ ପରିବାର ମଧ୍ୟରେ ଉତ୍ତମ ବୁଝାମଣା ରହିଥିଲେ। ସେମାନେ ଏକତ୍ର ନ ରହିଲେ ବି ସେମାନଙ୍କ ମଧ୍ୟରେ ଏକତା ରହିଥିଲା ବୋଲି ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/sridevi-with-her-family-23-12-13_0_0.jpg)