ମୁମ୍ବାଇ: କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ସ୍ଥିର ରହୁଥିବା ବେଳେ ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ଏକ ଖୁସି ଖବର ମିଳିଛି। ବାହୁବଳୀର ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲିଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଆରଆରଆର୍’ ଆସନ୍ତା ମାର୍ଚ୍ଚ ୨୫ ତାରିଖ ରିଲିଜ୍ ହେବାକୁ ସ୍ଥିର ହୋଇଛି। ଧୀରେ ଧୀରେ ରାଜ୍ୟଗୁଡ଼ିକ କରୋନା କଟକଣା ହଟାଇବାକୁ ନିଷ୍ପତ୍ତି ନେଉଥିବାରୁ ‘ଆରଆରଆର୍’ର ନିର୍ମାତା ଏହି ନିଷ୍ପତ୍ତି ନେଇଛନ୍ତି।
ତାରକାଖଚିତ ଏହି ଚଳଚ୍ଚିତ୍ରରେ ଜୁନିଅର୍ ଏନଟିଆର୍, ରାମଚରଣ, ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ସହିତ ଅଜୟ ଦେବଗନ ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ପାଖାପାଖି ୪୦୦ କୋଟି ଟଙ୍କା ବ୍ୟୟରେ ଏହି ଚଳଚ୍ଚିତ୍ରଟି ତିଆରି ହୋଇଛି। କୋଭିଡ୍ ଯୋଗୁଁ ପୂର୍ବରୁ ଅନେକ ଥର ‘ଆରଆରଆର୍’ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୁଞ୍ଚିଯାଇଥିଲା।
ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଜୁନିଅର ଏନଟିଆର ଅଭିନୟ କରିଥିବା ବେଳେ ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଗତ ଜନ୍ମଦିନରେ ରାମ ଚରଣ ନିଜ ସୋସିଆଲ ମିଡିଆରେ ତାଙ୍କ ଅଭିନୀତ ଚରିତ୍ର ଆଲୁରି ସୀତା ରାମରାଜୁର ଲୁକ ସେୟାର କରିଥିଲେ।
ମେଗାବଜେଟ୍ ଛବି ଆରଆରଆରର ସୁଟିଂ ପାଇଁ ପ୍ରତିଦିନ ୭୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ତେବେ ଫିଲ୍ମର ଟ୍ରେଲର ପୂର୍ବରୁ ରିଲିଜ ହୋଇସାରିଥିବା ବେଳେ ତାହା ଦର୍ଶକଙ୍କ ମନକୁ ଛୁଇଁଛି। ଏବେ ଫିଲ୍ମକୁ ଅପେକ୍ଷା କରିଛନ୍ତି ଲୋକେ। ଏହି ଚଳଚ୍ଚିତ୍ରର କାହାଣୀ ଦୁଇ ତେଲୁଗୁ ସ୍ୱାଧୀନତା ସଂଗ୍ରାମୀ ଅଲୁରି ସୀତାରାମ ରାଜୁ ଏବଂ କୋମରାମ ଭୀମଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ବନ୍ଧୁତା, ପ୍ରତାରଣା ଏବଂ ଦେଶପ୍ରେମ ଦେଖିବାକୁ ମିଳିବ।