ଘୁଞ୍ଚିଲା ଗୋଟିକର ରିଲିଜ୍‌ ତାରିଖ , ଏବେ ଜାଣନ୍ତୁ ଦଶରା’ ଓଡ଼ିଆ ସିନେମା ଆସିବ କେଉଁ ତାରିଖରେ

0

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡ଼କସନ୍‌ସ ବ୍ୟାନରରେ ନିର୍ମିତ ଦୁଇଟି ଓଡ଼ିଆ ସିନେମା ଏଥର ପୂଜାରେ ଆସୁଛି। ଏ ଦୁଇଟି ସିନେମା ହେଲା ଶ୍ରୀମାନ୍‌ ସୁରଦାସ ଏବଂ ‘ପ୍ରେମ କୁମାର୍‌’ । ଏଥିଭିତରୁ ଶ୍ରୀମାନ୍‌ ସୁରଦାସ ଆଜି ଅର୍ଥାତ୍‌ ୧୪ ତାରିଖରେ ରିଲିଜ୍‌ ହେବାର ସ୍ଥିର କରାଯାଇଥିଲା। ହେଲେ ତିତଲିର ପ୍ରଭାବ ଯୋଗୁଁ ଏହାର ରିଲିଜ୍‌ ତାରିଖ ଘୁଞ୍ଚିଲା ବୋଲି କୁହାଯାଉଛି । ଏବେ ଏହି ସିନେମା ୧୬ ତାରିଖରେ ରିଲିଜ୍‌ ହେବ। ଏଥିରେ ବାବୁସାନ୍‌, ଭୂମିକା,ବୁଦ୍ଧାଦିତ୍ୟ ମହାନ୍ତି,ବବି ମିଶ୍ର,ମିହିର ଦାସ ଏବଂ ଅପରାଜିତା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି ଏବଂ ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ୍‌ ମଜୁମଦାର।

ଓଡ଼ିଆ ସିନେମା ‘ପ୍ରେମ କୁମାର୍‌’ ୨୦୧୮ର ରଜ ବଜାରକୁ ଆସିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତାହା ଅଟକି ରହିଥିଲା। ଏହାର ଟାଇଟଲ ରୋଲରେ ଥିଲେ ଓଲିଉଡ଼୍‍ର ଅନ୍ୟତମ ଟପ୍‌ ହିରୋ ଅନୁଭବ ମହାନ୍ତି। ହଁ ତାଙ୍କ ଅଭିନୀତ ନୂଆ ସିନେମା ‘ପ୍ରେମ କୁମାର୍‌’ ବି ପୂଜାରେ ଆସୁଛି।
ଓଡ଼ିଆ ସିନେମା ‘ପ୍ରେମ କୁମାର୍‌’ରେ ଅନୁଭବଙ୍କ ସହିତ ଦୁଇ ଜଣ ନାୟିକା ଅଛନ୍ତି। ସେମାନେ ହେଲେ ଶିବାନୀ ଓ ତମନ୍ନା।

‘ପ୍ରେମ କୁମାର୍‌’ରେ ଅନୁଭବଙ୍କ ସହ ଶିବାନୀ ଓ ତମନ୍ନା ପ୍ରଥମଥର ପାଇଁ ସ୍କ୍ରିନ୍‌ ସେଆର୍‌ କରିଛନ୍ତି। ଏଥିରେ କୁନା ତ୍ରିପାଠୀ ଓ ସୁରେଶ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।‘ପ୍ରେମ କୁମାର୍‌’ର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ । ‘ପ୍ରେମ କୁମାର୍‌’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ।

ସମ୍ବନ୍ଧିତ ଖବର