ଆଜି ରିଲିଜ୍‌ ହେଲା ‘ପ୍ରେମରେ ରଖିଚି ଶହେରୁ ଶହେ’

ଭୁବନେଶ୍ୱର: ଆଜି ପରଦାକୁ ଆସିଛି ଏକ ଓଡ଼ିଆ ସିନେମା ଯାହାର ଟାଇଟଲ ହେଲା ‘ପ୍ରେମରେ ରଖିଚି ଶହେରୁ ଶହେ’। ଓଲିଉଡର ଓଣ୍ଡର ବୟ ଭାବେ ପରିଚିତ ସଂଜୟ ନାୟକ ନିର୍ଦ୍ଦେଶକ। ସେ ରାଖି ବାନ୍ଧିଲି ମୋ ରଖିବ ମାନ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପୂର୍ବରୁ ତାଙ୍କର ଶେଷ ମୁକ୍ତିପ୍ରାପ୍ତ ସିନେମା ଥିଲା ‘ନିଝୁମ୍‌ ରାତିର ସାଥୀ’। ଦିଲୀପ ଦାସ ଓ ବିରଞ୍ଚି ନାରାୟଣ ପଣ୍ଡାଙ୍କ ପ୍ରଯୋଜିତ ଏହି ସିନେମାରେ ଜ୍ୟୋତି,ରୀୟା,ଗୁଡୁ .ବିଜୁ ବଡଜେନା ଓ ପ୍ରେମାଂଜନ ପରିଡା ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ଏହାର ସଙ୍ଗୀତକାର ହେଲେ ମଳୟ ମିଶ୍ର। ଏହା ଏକ ରୋମାଣ୍ଟିକ୍‌ କମେଡି ବୋଲି ଜଣାଯାଇଛି।

 

ସବୁଠୁ ବଡ଼ କଥା ହେଲା ଯେ ଏହି ସିନେମାରେ ପ୍ରଥମ ଥରଲାଗି ଉଭୟ ଜ୍ୟୋତି ଏବଂ ରୀୟାଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିଛି। ଏଥିରେ ଉଭୟଙ୍କର ପଜିଟିଭ୍‌ ଏବଂ ନେଗେଟିଭ୍‌ ରୋଲ ବି ଅଛି। ଏହାର ଗୋଟିଏ ଗୀତ ‘ସଲମାନ୍‌ ଖାଁର ବୋପା ମୁଁ ପ୍ରେମରେ ରଖିଚି ଶହେରୁ ଶହେ’ ବେଶ୍‌ ଲୋକପ୍ରିୟ ହୋଇସାରିଛି।

ସମ୍ବନ୍ଧିତ ଖବର