ଭୋର ସାଢ଼େ ୩ଟାରେ ନିଜ ଘରେ କୋରିଓଗ୍ରାଫର ରେମୋ ଡି’ସୁଜାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସଲମାନ, ଏହି କାମ କରିବା ପାଇଁ ପହଞ୍ଚିଥିଲେ ରେମୋ…

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ବ୍ୟସ୍ତ ଅଛନ୍ତି । ଲଗାତାର ଦୁଇଟି ଫିଲ୍ମ ଫ୍ଲପ୍‌ ହେବା ପରେ ଏବେ ସେ ‘ଭାରତ’କୁ ନେଇ ଗମ୍ଭୀରତାର ସହ କାମ କରୁଛନ୍ତି । ସୁଟିଂ ଶେଷ ହୋଇ ଆସୁଥିବା ବେଳେ ଏହାର ଟିଜର ମଧ୍ୟ ରିଲିଜ୍‌ ହୋଇ ସାରିଛି । ଫିଲ୍ମ ‘ରେସ୍‌-୩’ରେ ସଲମାନ କାମ କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ କୋରିଓଗ୍ରଫର ରେମୋ ଡି’ସୁଜା । ଫିଲ୍ମର ଟ୍ରେଲର ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମକୁ ଏତେ ସଫଳତା ମିଳି ପାରି ନଥିଲା । ଯାହା ପରେ ସଲମାନ ଏବଂ ରେମୋଙ୍କ ମଧ୍ୟରେ ସଂପର୍କ ଖରାପ ହୋଇ ଯାଇଥିବା ଚର୍ଚ୍ଚା ହୋଇଥିଲା ।

India Today

ଖରାପ ହୋଇ ଯାଇଥିବା ସଂପର୍କକୁ ସୁଧାରିବା ପାଇଁ ରେମୋ କିଛି ଦିନ ତଳେ ସଲମାନଙ୍କ ଘରେ ପହଞ୍ଚିଥିବା ଜଣା ପଡ଼ିଛି । ସେ ପୁଣି ଭୋର ସାଢ଼େ ୩ଟାରେ । ଏଭଳି ସମୟରେ ରେମୋଙ୍କୁ ନିଜ ଘରେ ଦେଖି ସଲମାନ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଚର୍ଚ୍ଚା ହେଉଛି କି ଦୁହିଁଙ୍କ ମଧ୍ୟରେ ଯେଉଁ ତିକ୍ତତା ଆସି ଯାଇଛି, ତାହାକୁ ଦୂର କରିବାରେ ଲାଗି ପଡ଼ିଛନ୍ତି ରେମୋ । ସେ ସଲମାନଙ୍କର ଶତ୍ରୁ ହୋଇ ଇଣ୍ଡଷ୍ଟ୍ରିରୁ ଅଲଗା ହେବାକୁ ଚାହୁଁ ନଥିବାରୁ ଏପରି ପ୍ରୟାସ ଜାରି ରଖିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର