କରୋନା ସଚେତନତା କଲର ଟ୍ୟୁନକୁ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ

ନୂଆଦିଲ୍ଲୀ: କରୋନା ଭାଇରସ ବିପଦ ଏବେ ବି ରହିଛି। ଏଥିପାଇଁ ଲୋକମାନଙ୍କୁ ସରକାର ବାରମ୍ବାର ସେଚେତନ ରହିବାକୁ କହିବା ସହିତ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଉଛନ୍ତି। ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାରୁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହାରି ମଧ୍ୟରେ କରୋନା ସଚେତନତା କଲର ଟ୍ୟୁନ୍‌ (ହେଲୋ ଟ୍ୟୁନ୍) ଚର୍ଚ୍ଚାରେ ରହିଥିଲା।

प्रतीकात्मक तस्वीर

ଅକ୍ଟୋବର ୨୦୨୦ରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରୁ ଶୁଣାଯାଉଥିବା କଲର ଟ୍ୟୁନକୁ ନେଇ ଏବେ ଲୋକେ ବିରକ୍ତି ପ୍ରକାଶ କରୁଛନ୍ତି । ତେବେ ଏହି କଲରଟ୍ୟୁନକୁ ତୁରନ୍ତ ହଟାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରାଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀ ହାଇକୋର୍ଟରେ ରାକେଶ ନାମକ ଜଣେ ବ୍ୟକ୍ତି ଆବେଦନ କରି କହିଛନ୍ତି, ଅମିତାଭ ବଚ୍ଚନ ତାଙ୍କ କଣ୍ଠରେ ଏହି କରୋନା ଭାଇରସ ସଚେତନ ବାର୍ତ୍ତା ଦେବା ପାଇଁ ଭାରତ ସରକାରଙ୍କ ଠାରୁ ଟଙ୍କା ନେଉଛନ୍ତି। ତେବେ ଦେଶରେ ଏମିତି ବି ବହୁତ ଲୋକ ଅଛନ୍ତି ଯେଉଁମାନେ କରୋନା ସଂକ୍ରମଣ ସମୟରେ ଲୋକଙ୍କ ସାହାଯ୍ୟ ପାଇଁ ବାସ୍ତବ ଯୋଦ୍ଧା ଭାବେ ସାମ୍ନାକୁ ଆସିଥିଲେ। ତେବେ କରୋନା ସଚେତନତା ଲାଗି ପ୍ରସ୍ତୁତ ଏହି କଲର ଟ୍ୟୁନରୁ ଅମିତାଭ ବଚ୍ଚନଙ୍କ କଣ୍ଠସ୍ବରକୁ ହଟାଇ କୌଣସି କରୋନା ଯୋଦ୍ଧାଙ୍କ କଣ୍ଠସ୍ବର ଦିଆଯାଉ।

ଏହାକୁ ନେଇ ଅମିତାଭ ବଚ୍ଚନଙ୍କର ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଲେଖିଛନ୍ତି, ‘କରୋନା କଲର ଟ୍ୟୁନ୍‌ କେବେ ବନ୍ଦ ହେବ ?’ । ଏହାର ପ୍ରତିଜବାବ ମଧ୍ୟ ଦେଇଛନ୍ତି ବିଗ୍‌ ବି ।ସେ ଲେଖିଛନ୍ତି, ‘ମୁଁ ଦେଶ, ପ୍ରାନ୍ତ ଏବଂ ସମାଜ ପାଇଁ ଯାହା କିଛି ବି କରୁଛି ତାହା ସମ୍ପୂର୍ଣ୍ଣ ଭାବେ ନିଶୁଳ୍କ । ତେବେ ଯଦି ଆପଣଙ୍କୁ ଏହା କଷ୍ଟ ଲାଗୁଛି ସେଥିପାଇଁ ମୁଁ ଦୁଃଖିତ, କିନ୍ତୁ ଏହାକୁ ବନ୍ଦ କରିବା ‌ମୋ ହାତରେ ନାହିଁ।’

ସମ୍ବନ୍ଧିତ ଖବର