ଏହି ନାମୀ ନାୟିକାଙ୍କ ନିର୍ବନ୍ଧ ଉତ୍ସବରେ ଯୋଗ ଦେଲେ ପୁଅ –ଝିଅ, ଜାଣନ୍ତୁ ଏ ବିଷୟରେ କ’ଣ କହିଲେ

କଳାକାରଙ୍କ ଜୀବନଶୈଳୀ ବଡ଼ ଅଜବ। ସେମାନଙ୍କଭିତରୁ କେତେକ କଳାକାର ଏକାଧିକ ଥର ବିବାହ କରିସାରିଛନ୍ତି। ଆଉ କେତେକ ଛାଡପତ୍ର ଦେବାପରେ ପୁଣି ବିବାହ କରିବାର ଯୋଜନାରେ ଥିବା ଜଣାଯାଏ।
ଏବେ ଏକ ସେଭଳି ଘଟଣା ଟିଛି। ଦକ୍ଷିଣ ଭାରତୀୟ ଲୋକପ୍ରିୟ ନାୟକ ପବନ କଲ୍ୟାଣ ଇତିମଧ୍ୟରେ ତିନି ଥର ବାହା ହୋଇସାରିଲେଣି। ସେ ୧୯୯୯୭ରେ ନନ୍ଦିନୀଙ୍କୁ ବିବାହ କରିଥିଲେ। ସେମାନଙ୍କର ସଂପର୍କ ୨୦୦୭ ଯାଏଁ ତିଷ୍ଠି ରହିଥିଲା।
୨୦୧୦ରେ ପବନ କଲ୍ୟାଣ କଷ୍ଟ୍ୟୁମ୍‌ ଡିଜାଇନ୍‌ର ତଥା ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ରେଣୁ ଓ ପବନ ଏକାଠି ୨୦୦୦ ମସିହାର ସୁପରହିଟ୍‌ ଫିଲ୍ମ ‘ବଦ୍ରି’ରେ କାମ କରିଥିଲେ। ତା’ପରେ ୨୦୦୩ରେ ‘ଜନି’ ସିନେମାରେ ଏକାଠି ନଜର ଆସିଥିଲେ। ରେଣୁ ପବନ କଲ୍ୟାଣଙ୍କ ଅଭିନୀତ ସିନେମା ‘ଗୁଡୁମ୍ବା ଶଙ୍କର’ ଓ ‘ବାଲୁ ଏବିସିଡିଇଏଫ୍‌ଜି’ରେ କଷ୍ଟ୍ୟୁମ୍‌ ଡିଜାଇନ୍‌ କରିଥିଲେ।


ରେଣୁଙ୍କୁ ୨୦୧୦ରେ ବିବାହ କରିବାର ଯୋଜନା କରିଛନ୍ତି। ରେଣୁଙ୍କ ସହ ଭାବି ସ୍ୱାମୀଙ୍କର ନିର୍ବନ୍ଧ ମଧ୍ୟ ହୋଇଯାଇଛି। ଏହି ନିର୍ବନ୍ଧ ଅବସରରେ ରେଣୁଙ୍କର ପୁଅ, ଝିଅ ବି ଉପସ୍ଥିତ ଥିଲେ। ରେଣୁ ନିଜର ଟ୍ଵିଟରରେ ଭାବି ସ୍ୱାମୀଙ୍କ ନାଆଁ ଉଲ୍ଲେଖ କରି ନଥିଲେ ବି ପୁଅ, ଝିଅଙ୍କ ବିନା ତାଙ୍କର ଆନନ୍ଦ ଅଧୁରା ବୋଲି ଲେଖିଛନ୍ତି।

ସମ୍ବନ୍ଧିତ ଖବର