ଛୋଟ ପରଦାକୁ ଫେରୁଛନ୍ତି ରେଣୁକା

‘ସୁରଭି’ ଟିଭି ସୋ’ ଓ ‘ହମ୍ ଆପକେ ହୈ କୌନ’ ଫିଲ୍ମ ଜରିଆରେ ପରିଚିତ ହୋଇଥିଲେ ଅଭିନେତ୍ରୀ ରେଣୁକା ସାହାଣୀ। ସମୟକ୍ରମେ ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ସେ ରୂପେଲି ପରଦାରୁ ଦୂରେଇ ଯାଇଥିଲେ। ନିକଟରେ ଅଳ୍ପ ବହୁତ ବଲିଉଡ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଖୁବ୍‌ଶୀଘ୍ର ଶୀଘ୍ର ସେ ଛୋଟ ପରଦାକୁ ଫେରୁଥିବା ଜଣାପଡ଼ିଛି।

‘କ୍ରାଇମ୍ ପାଟ୍ରୋଲ ସତର୍କ’ ଭଳି ଲୋକପ୍ରିୟ କ୍ରାଇମ୍ ସୋ’ରେ ରେଣୁକା ହୋଷ୍ଟ ଭାବେ ଦର୍ଶକଙ୍କ ସାମ୍ନାକୁ ଆସିବେ। ଆଗାମୀ ଦିନରେ ‘ଗୁମରାହ ବଚପନ’ ଥିମକୁ ନେଇ ସୋ’ର କିଛି ସ୍ପେସାଲ ଏପିସୋଡ ପ୍ରସାରିତ ହେବ। ଖାସ ଏହି ଏପିସୋଡ ଗୁଡ଼ିକରେ ଛୋଟଛୋଟ ପିଲାଙ୍କୁ ତଥା ଅଭିଭାବକଙ୍କୁ ସଚେତନ କରିବା ଲାଗି ରେଣୁକା ଉପସ୍ଥାପନା କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। କ୍ରାଇମ୍ ପାଟ୍ରୋଲ ସତର୍କ ଭଳି ସୋ’ରେ ସାମିଲ ହୋଇଥିବାରୁ ରେଣୁକା ବେଶ ଉତ୍ସାହିତ ଅଛନ୍ତି। ସେପ୍ଟମ୍ବର ୧୩’ରୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜିନ ଚ୍ୟାନେଲରେ ଗୁମରାହ ବଚପନ ଥିମ୍ ଉପରେ ଆଧାରିତ ଏପିସୋଡ ପ୍ରସାରିତ ହେବ।

ସମ୍ବନ୍ଧିତ ଖବର