‘ହମ୍‌ ଆପକେ ହୈ କୌନ୍‌’ ରିମେକରେ ବରୁଣ ଓ ଆଲିଆ ନାୟକ-ନାୟିକା ହେଲେ ଭଲ ଲାଗିବ: ରେଣୁକା ସାହାଣେ

ମୁମ୍ବାଇ : ପ୍ରାୟ ୨୩ ବର୍ଷ ପୂର୍ବେ ରାଜଶ୍ରୀ ପ୍ରଡ଼କସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ‘ହମ୍‌ ଆପକେ ହୈ କୌନ୍‌’ ଚଳଚ୍ଚିତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ରେଣୁକା ସାହାଣେ । ଏକ ଇଣ୍ଟରଭ୍ୟୁ ସମୟରେ ଚଳଚ୍ଚିତ୍ରର ମୁଖ୍ୟ କଳାକାର ସଲମାନ ଏବଂ ମାଧୁରୀଙ୍କ ସ୍ଥାନରେ ସେ କାହାକୁ ଦେଖିବା ପାଇଁ ପସନ୍ଦ କରିବେ ପଚାରା ଯିବାପରେ ସେ ବରୁଣ ଧଓ୍ଵନ ଏବଂ ଆଲିଆ ଭଟ୍ଟଙ୍କର ନାମ ନେଇଥିଲେ ।

India Today

‘ଯଦି ଏହି ଚଳଚ୍ଚିତ୍ରର ରିମେକ ଏବେ ପ୍ରସ୍ତୁତ କରାଯାଏ ତେବେ ମୁଁ ଚଳଚ୍ଚିତ୍ରର ଚରିତ୍ର ମାନଙ୍କୁ ଅଧୁନିକ ରୁପରେ ଦେଖିବା ପାଇଁ ପସନ୍ଦ କରିବି । ‘ହମ୍‌ ଆପକେ ହୈ କୌନ୍‌’ ଏକ ଫ୍ୟାମିଲିି ଡ଼୍ରାମା, ଯେଉଁଥିରେ ଭାରତୀୟ ବିବାହ ପରମ୍ପରାକୁ ଖୁବ୍‌ ସୁନ୍ଦର ଭାବେ ଦର୍ଶାଯାଇଛି । ମୋ ମତରେ ଏପରି କାହାଣୀର ଆଜି ମଧ୍ୟ ବଲିଉଡରେ ଚାହିଦା ରହିଛି। ତେବେ ଚଳଚ୍ଚିତ୍ରରେ ଅଭିନୟ କରିଥିବା ନିଶା ଏବଂ ପ୍ରେମର ଭୂମିକାରେ ମୁଁ ବର୍ତ୍ତମାନ କଳାକାରଙ୍କ ମଧ୍ୟରୁ ଆଲିଆ ଏବଂ ବରୁଣଙ୍କୁ ଦେଖିବାକୁ ପସନ୍ଦ କରିବି,’ ବୋଲି ଉତ୍ତର ଦେଇଥିଲେ ରେଣୁକା ।

bollywoodlife.com
ସମ୍ବନ୍ଧିତ ଖବର