ନୂଆଦିଲ୍ଲୀ : ଅଭିନେତ୍ରୀ ପବିତ୍ରା ଗୌଡାଙ୍କୁ ଅଶ୍ଳୀଳ ମେସେଜ ପଠାଉଥିଲା ମୃତକ ରେଣୁକା ସ୍ୱାମୀ | ଏ ବିଷୟରେ ଜାଣିବା ପରେ ହତ୍ୟା ଯୋଜନା କରିଥିଲେ କନ୍ନଡ ସୁପରଷ୍ଟାର ଦର୍ଶନ | ଏବେ ବେଙ୍ଗାଲୁରୁ ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ଏହି ତଥ୍ୟ ସାମ୍ନାକୁ ଆସିଛି |
ଚାର୍ଜସିଟ ଅନୁଯାୟୀ ରେଣୁକା, ପବିତ୍ରାଙ୍କୁ ମେସେଜ କରିଥିଲେ ଯେ, “ତୁମେ ବହୁତ ହଟ। ଦୟାକରି ତୁମର ନମ୍ବର ପଠାଅ | ତୁମେ ମୋଠାରୁ କ’ଣ ଆଶା କରୁଛ? ମୁଁ ମୋର ବ୍ୟକ୍ତିଗତ ଅଙ୍ଗର ଫଟୋ ପଠାଇବି କି? ତୁମେ ମୋ ସହିତ ଗୁପ୍ତ ଭାବେ ଲିଭ-ଇନ୍ ସଂପର୍କରେ ରହିବ କି? ମୁଁ ତୁମକୁ ପ୍ରତି ମାସରେ ୧୦,୦୦୦ ଟଙ୍କା ଦେବି |" ରେଣୁକା ବାରମ୍ବାର ଏଭଳି ମେସେଜ ପଠାଇବା ସହ ବ୍ୟକ୍ତିଗତ ଅଙ୍ଗର ଫଟୋ ପଠାଇବାରୁ ପବିତ୍ରା, ଅଭିଯୁକ୍ତ ପବନଙ୍କୁ ସବୁ ଜଣାଇଥିଲେ | ପବନ ଏହା ପରେ ପବିତ୍ରା ହୋଇ ରେଣୁକା ସହ କଥା ହୋଇଥିଲେ ଏବଂ ତାଙ୍କ ଠିକଣା ଆଣିଥିଲେ | ଏହା ପରେ ତାଙ୍କୁ ହତ୍ୟା କରାଯିବାର ଯୋଜନା କରାଯାଇଥିଲା |
ପୁଲିସର କହିବା ମୁତାବକ, ଦର୍ଶନ ପ୍ରଥମେ ରେଣୁକାଙ୍କ ଛାତିକୁ ଗୋଇଠା ମାରିଥିଲେ | ଏହା ଦ୍ୱାରା ତାଙ୍କ ଛାତିର ହାଡ ଭାଙ୍ଗିଯାଇଥିଲା | ପରେ ସେ ରେଣୁକାଙ୍କୁ ଟେକି ଏକ ଟ୍ରକ ଉପରକୁ ଫିଙ୍ଗିଥିଲେ, ଯାହା ଦ୍ୱାରା ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା | ଶେଷରେ ସେ ପବିତ୍ରାଙ୍କୁ ପଠାଇଥିବା ବ୍ୟକ୍ତିଗତ ଅଙ୍ଗର ଫଟୋ ଦେଖାଇ ରେଣୁକାଙ୍କ ବ୍ୟକ୍ତିଗତ ଅଙ୍ଗକୁ ଗୋଇଠା ମାରିଥିଲେ, ଯାହା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/OXelJjMr4HA0HqCpOBeL.jpg)