ମୁମ୍ବାଇ: ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ୍‌ କହାନି’ ସାରା ବିଶ୍ୱରେ ୩୦୦ କୋଟିରୁ ଅଧିକ ରୋଜଗାର କରିଛି। କରଣ ଜୋହରଙ୍କ ରୋମାଣ୍ଟିକ ଡ୍ରାମାରେ ଭର୍‌ପୂର ଏହି ସିନେମାଟିକୁ ସଫଳତା ମିଳିଥିବା ବେଳେ ଏଥିରେ ବରିଷ୍ଠ କଳାକାର ଧର୍ମେନ୍ଦ୍ର ଓ ଶବାନା ଆଜମିଙ୍କ କେମେଷ୍ଟ୍ରିକୁ ନେଇ ଖୁବ୍ ଜୋର୍‌ ଚର୍ଚ୍ଚା ହେଉଛି। ସିନେମାରେ ଏହି ଦୁଇ ବରିଷ୍ଠ କଳାକାର ପରସ୍ପରଙ୍କୁ ଓଠରେ ଚୁମ୍ବନ ବା ଲିପ୍‌-କିସ୍‌ ଦେଉଥିବାର ନଜର ଆସିଛନ୍ତି। ତାଙ୍କର ଏହି ଦୃଶ୍ୟକୁ ଦେଖି ପ୍ରଶଂସକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ସେମାନଙ୍କ କେମେଷ୍ଟ୍ରିକୁ ବେଶ୍‌ ପସନ୍ଦ କରିଥିବା ବେଳେ କେହି କେହି ଏବୟସରେ ଏପରି ଦୃଶ୍ୟ ଦେବା କଥାକୁ ନିନ୍ଦା କରିଛନ୍ତି।

Advertisment

ନିକଟରେ ଏକ ସାକ୍ଷାତକାରରେ ଧର୍ମେନ୍ଦ୍ରଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମାମାଳିନୀଙ୍କୁ ପଚରାଯାଇଥିଲା ଯେ ଆବଶ୍ୟକ ପଡ଼ିଲେ ସେ ତାଙ୍କ ସ୍ୱାମୀଙ୍କ ଭଳି ପରଦାରେ ଚୁମ୍ବନ କରିବାକୁ ରାଜି ହେବେ କି? ଯାହାର ଉତ୍ତରରେ ହେମା କହିଛନ୍ତି, ‘‘କାହିଁକି କରିବିନି, ନିଶ୍ଚିତ କରିବି। ଯଦି କାହାଣୀକୁ ତାହା ନ୍ୟାୟ ଦେବ, ଯଦି ଆବଶ୍ୟକତା ଥିବ ତ ମୁଁ ନିଶ୍ଚିତ କରିବି।’’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ହେମା ଏଯାଏ ଧର୍ମେନ୍ଦ୍ରଙ୍କ ଏହି ଫିଲ୍ମ ଦେଖିନାହାନ୍ତି। ସେ କିନ୍ତୁ ନିକଟରେ କହିଥି‌ଲେ, ‘‘ମୁଁ ନିଶ୍ଚିତ ଯେ ଲୋକମାନେ ଏହି ଫିଲ୍ମକୁ ଭଲ ପାଆନ୍ତି। ମୁଁ ଧରମ ଜୀଙ୍କ ପାଇଁ ବହୁତ ଖୁସି, କାରଣ ସେ ସବୁବେଳେ କ୍ୟାମେରା ଆଗରେ ରହିବାକୁ ଭଲପାଆନ୍ତି।"