ମୁମ୍ବାଇ: ସଲମାନ ଖାନଙ୍କଠାରୁ ଆରମ୍ଭ କରି ଶାହରୁଖ ଖାନ ଓ ରଜନୀକାନ୍ତଙ୍କ ପର୍ଯ୍ୟନ୍ତ ଅନେକ ଭାରତୀୟ ଅଭିନେତା ଗୋଟାଏ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ନେଉଥିବା ଆମେ ଜାଣନ୍ତି। ହେଲେ ଆଜି ଆମେ କହିବୁ ୧୯ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିବା ଏହିପରି ଜଣେ ଅଭିନେତାଙ୍କ ବିଷୟରେ, ଯିଏକି ଗୋଟାଏ ଫିଲ୍ମ ପାଇଁ ୨୦୦ କୋଟି ଟଙ୍କା ନିଅନ୍ତି।

Advertisment

ଏହି ଅଭିନେତା ଦକ୍ଷିଣାଞ୍ଚଳ ସିନେ ଜଗତର ଜଣେ ସୁପରଷ୍ଟାର ଏବଂ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ଏଥିସହ ତାଙ୍କର ଏବେକାର ଏକ ଚଳଚ୍ଚିତ୍ର ପ୍ରଶଂସକଙ୍କ ନିକଟରୁ ବହୁ ଗ୍ରହଣୀୟତା ପାଇଛି।  ଥଲପତି ବିଜୟଙ୍କ ବ୍ୟତୀତ ସେ ଆଉ କେହି ନୁହଁନ୍ତି।

ଏକ ସାକ୍ଷାତକାରରେ, ବିଶିଷ୍ଟ ଅଭିନେତା ପୋନାମ୍ବଲକ ଏକ ଘଟଣାର ଖୁଲାସା କରିଥିଲେ। କିପରି ବିଜୟ ଏକ ଚଳଚ୍ଚିତ୍ର ସେଟ୍ ଉପରେ ଚାପୁଡ଼ା ଖାଇଥିଲେ। କେବଳ ସେତିକି ନୁହେଁ, ଆରମ୍ଭରୁ ନିର୍ଦ୍ଦେଶକମାନେ ତାଙ୍କ ସହ କାମ କରିବାକୁ ପସନ୍ଦ କରୁନଥିଲେ।

ହେଲେ ତାଙ୍କ ବାପା ନିର୍ଦ୍ଦେଶକ ଏସ୍ଏ ଚନ୍ଦ୍ରଶେଖର ନାୟକ ଭାବରେ ତାଙ୍କ ପୁଅଙ୍କୁ ଏକ ଫିଲ୍ମର ନିର୍ଦ୍ଦେଶନା ଦେବା ସହ ପ୍ରଯୋଜନା ଦାୟିତ୍ବ ଗ୍ରହଣ କରିଥିଲେ। ବିଜୟଙ୍କୁ ମାତ୍ର ୧୯ ବର୍ଷ ହୋଇଥିବା ବେଳେ ସେ ଡେବୁ କରିଥିବା ବେଳେ ସେଟ୍‌ରେ ତାଙ୍କ ବାପାଙ୍କଠାରୁ ଚାପୁଡ଼ା ଖାଇଥିଲେ।

ଖବର ଅନୁଯାୟୀ ଥଲପତି ବିଜୟ ବର୍ତ୍ତମାନ ଭାରତରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇପାରିଛନ୍ତି। ୨୦୨୨ ମସିହା ସୁଦ୍ଧା ସେ ୪୨୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିବା ଜଣାଯାଇଛି।