ପୁଣି ଚେତନଙ୍କୁ ପାଲଟା ଆକ୍ରମଣ କଲେ ଇରା : ଚେତନ୍‌ଙ୍କ ସହ ଇମେଲ ଜରିଆରେ ହୋଇଥିବା କଥାକୁ ସାର୍ବଜନୀନ କରି ଜଣାଇଲେ ‘ମିସ୍‌ ୟୁ-କିସ୍‌ ୟୁ’ର ପୂରା କାହାଣୀ

ମୁମ୍ବାଇ : ବଲିଉଡ୍‌ରେ ମାସେ ପୂର୍ବରୁ ଉଠିଥିବା #ମି ଠୁର ଝଡ଼ ଏ ପର୍ଯ୍ୟନ୍ତ ଥମିବାର ନାଁ ନେଉ ନାହିଁ । ଯୋଗଗୁରୁ ଇରା ତ୍ରିବେଦୀ ଜଣାଶୁଣା ଲେଖକ ଚେତନ ଭଗତଙ୍କ ଉପରେ ଯେଉଁଭଳି ଭାବରେ ଆରୋପ ଲଗାଇଥିଲେ,ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଇରାଙ୍କ ଅଭିଯୋଗ ପରେ ଚେତନ ଇରାଙ୍କ ସହ ମେସେଜ ଜରିଆରେ ହୋଇଥିବା କଥାବାର୍ତ୍ତାକୁ ଟ୍ଵିଟ୍‌ କରି ସାର୍ବଜନୀକ କରିଥିବା ବେଳେ ଇରାଙ୍କୁ ଦୋଷୀ ବୋଲି କହିଥିଲେ ।

ଏବେ ଇରା ଚୁପ୍‌ ନ ରହି ଚେତନଙ୍କୁ ପାଲଟା ଆକ୍ରମଣ କରିଥିବା ଜଣାପଡ଼ିଛି । ଚେତନଙ୍କ ସହ କଥା ହୋଇଥିବା ଇମେଲର ଫଟୋ ସର୍ବସାଧାରଣ କରି ଇରା ଚେତନଙ୍କ ଅସଲ ମୁଖା ଖୋଲିଛନ୍ତି ।

aajtak.intoday.in

ପୂର୍ବରୁ ଚେତନ ଇରାଙ୍କ ମିସ୍‌ ୟୁ କିସ୍‌ ୟୁ ମେସେଜକୁ ସାର୍ବଜନୀକ କରି କିଏ କିସ୍‌ କରିବାକୁ ଚାହୁଁଥିଲା ବୋଲି ପ୍ରଶ୍ନ କରିଥିଲେ । ଏବେ ଇରାଙ୍କ ମିସ୍‌ ୟୁ କିସ୍‌ ୟୁ ମେସେଜ ପରେ ଚେତନ ତାଙ୍କୁ କ’ଣ ଲେଖି ପଠାଇଥିଲେ ତାହାକୁ ସୋସିଆଲ୍‌ ମିଡିଆରେ ସର୍ବସାଧାରଣ କରିଛନ୍ତି ଇରା । ସାର୍ବଜନିକ କରାଯାଇଥିବା ଇମେଲ୍‌ ସ୍କ୍ରିନସଟରେ ଚେତନ ଇରାଙ୍କ ମେସଜର ଜବାବ ରଖିବା ସହ ଇରାଙ୍କ ମିସ୍‌ ୟୁ ମେସେଜ ପାଇଁ ଧନ୍ୟବାଦ୍‌ ଲେଖିଥିବା ଦେଖାଯାଇଛି। ଏହା ସହ ଇରାଙ୍କ କିସ୍‌ ୟୁ ମେସେଜର ଜବାବ ଦେଇ ‘ଏହା କେବଳ ଫିଗର ଅଫ୍‌ ସ୍ପିଚ୍‌(ଅଳଙ୍କାରିକ) ନା ଏହା ଭିତରେ କିଛି ବଦଳିବାରେ ଲାଗିଛି’ ବୋଲି ଚେତନ ଇରାଙ୍କୁ ପ୍ରଶ୍ନ କରିଥିଲେ ।

aajtak.intoday.in

ଚେତନ କିସ୍‌ ୟୁକୁ ନେଇ ନିଜର ପ୍ରତିକ୍ରିୟା ରଖିବା ପରେ ଇରା ସେ ନେଇ କୌଣସି ଜବାବ ନ ରଖି ଯୋଗ ଗୁରୁଙ୍କୁ ନେଇ କଥା ହୋଇଥିଲେ । କିନ୍ତୁ ଚେତନ ସବୁ କଥା ହୋଇ ସାରିବା ପରେ ଶେଷରେ ପୁଣି ଥରେ ଇରାଙ୍କୁ ‘କିସ୍‌କୁ ନେଇ ମୁଁ ପଚାରିଥିବା ପ୍ରଶ୍ନର କ’ଣ ହେଲା?’ ବୋଲି ପ୍ରଶ୍ନ କରିଥିବା ଦେଖାଯାଇଛି ।

aajtak.intoday.in
ସମ୍ବନ୍ଧିତ ଖବର