ଏ ବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ଗଣତନ୍ତ୍ର ଦିବସରେ ରିଲିଜ୍‌ ହେଉଛି ଏହି ସବୁ ସିନେମା

ମୁମ୍ବାଇ: ଏ ବର୍ଷ ବି ବିଗତ ବର୍ଷମାନଙ୍କ ଭଳି କେତେକ ବଡ଼ ସିନେମା ବିଭିନ୍ନ ସମୟରେ ପରଦାକୁ ଆସିବ। ଏଣ କେତୋଟି ହିନ୍ଦୀ ସିନେମା ସାଧାରଣ ତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ,ଗାନ୍ଧୀ ଜୟନ୍ତୀ ବି ରିଲିଜ୍‌ ହୋଇପାରେ।ଆସନ୍ତୁ ନଜର ପକାଇବା ଏ ବର୍ଷ ଏହି ସମୟରେ କେଉଁ ହିନ୍ଦୀ ସିନେମା ମୁକ୍ତିଲାଭ କରିବାର ଯୋଜନା ରହିଛି।

ସାଧାରଣ ତନ୍ତ୍ର ଦିବସ ଅବସରରେ ତିନିଟି ନୂଆ ହିନ୍ଦୀ ସିନେମା ରିଲିଜ୍‌ ହେଉଛି। ଏଥର ଏହା ଶନିବାର ପଡ଼ୁଥିବାରୁ ଗୋଟିଏ ଦିନ ଆଗରୁ ଅର୍ଥାତ୍‌ ୨୫ ତାରିଖ ଦିନ ଏସବୁ ଫିଲ୍ମ ରିଲିଜ୍‌ ହେଉଛି। ଏସବୁ ଫିଲ୍ମ ହେଲା, କଙ୍ଗନା ରାନାଓ୍ଵତଙ୍କ ଅଭିନୀତ ‘ମଣିକର୍ଣ୍ଣିକା:ଦ କୁଇନ୍‌ ଅଫ୍‌ ଝାନ୍‌ସି’,ଇମ୍ରାନ୍‌ ହାସମୀଙ୍କ ଅଭିନୀତ ‘ଚିଟ୍‌ ଇଣ୍ଡିଆ’ ଏବଂ ନଓ୍ଵାଜୁଦ୍ଦିନ ସିଦ୍ଦିକୀଙ୍କ ଅଭିନୀତ ‘ଠାକ୍‌ରେ’। ଏ ବର୍ଷ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନ ପଡ଼ୁଛି। ଅଗଷ୍ଟ ୧୫ ତାରିଖରେ ଦୁଇଟି ବହୁ ପ୍ରତୀକ୍ଷିତ ସିନେମା ରିଲିଜ୍‌ ହେବ। ଏଥିମଧ୍ୟରୁ ଗୋଟିଏ ହେଲା ସୁପରଷ୍ଟାର ଅକ୍ଷୟ କୁମାର ଷ୍ଟାରର୍‌ ‘ମିଶନ୍‌ ମଙ୍ଗଲ୍‌’ ଓ ଅନ୍ୟଟି ହେଲା ଜନ୍‌ ଆବ୍ରାହମଙ୍କ ଅଭିନୀତ ‘ବାଟ୍‌ଲା ହାଉସ୍‌।

ସମ୍ବନ୍ଧିତ ଖବର