ଗଣତନ୍ତ୍ର ଦିବସକୁ ଆନନ୍ଦ ସହକାରେ ପାଳନ ଅବସରରେ ଦର୍ଶକ ବିଭିନ୍ନ ଦେଶାତ୍ମବୋଧକ ସିନେମା ଦେଖିଥାନ୍ତି। ଏହା ଫଳରେ ଦେଶର ସ୍ୱାଧୀନତା ସଂଗ୍ରାମ ଓ ଶତ୍ରୁପକ୍ଷ ସହ ଲଢ଼େଇ ସଂପର୍କିତ ଅନେକ ଅଜଣା କାହାଣୀ ସଂପର୍କରେ ଦର୍ଶକ ଅବଗତ ହୋଇପାରି ଥାଆନ୍ତି। ନିକଟ ଅତୀତରେ ବଲିଉଡ୍ରେ ଏଭଳି ଅନେକ ଦେଶାତ୍ମବୋଧକ ଫିଲ୍ମ ରିଲିଜ୍ ହୋଇଛି,ଯାହାକୁ ଦେଖିବା ପରେ ଦର୍ଶକଙ୍କ ମନରେ ଦେଶାତ୍ମବୋଧ ଭାବନା ଜାଗ୍ରତ ହୋଇଛି । ରିଲିଜ୍ ହୋଇଥିବା ସେ ସବୁ ଫିଲ୍ମ ଏବେ ବି ଚିରସବୁଜ ହୋଇ ରହିଛି । ବଲିଉଡ୍ରେ ଏମିତି ୪ଟି ଫିଲ୍ମ ରହିଛି,ଯେଉଁ ସବୁ ଫିଲ୍ମ ଦର୍ଶକଙ୍କ ମନରେ ଦେଶ ପ୍ରତି ସମର୍ପଣ ଏବଂ ସେବାର ଭାବନା ଜାଗ୍ରତ କରିଥିଲା । ଆସନ୍ତୁ ଜାଣିବା ସେ ସବୁ ଫିଲ୍ମ ବିଷୟରେ.....
୧.ସହିଦ୍ ଭଗତ ସିଂହ ଉପରେ ଅନେକ ଫିଲ୍ମ ବିଭିନ୍ନ ଭାଷାରେ ତିଆରି ହୋଇଛି । ୨୦୦୨ରେ ଅଜୟ ଦେବଗନ୍ଙ୍କ ଫିଲ୍ମକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା । ଅଜୟ ଦେବଗନ୍ଙ୍କ ଫିଲ୍ମ ‘ଦ ଲିଜେଣ୍ଡ ଅଫ୍ ଭଗତ ସିଂହ’ ଏବେ ବି ଲୋକମାନଙ୍କ ମନରେ ଘର କରି ରହିଛି ।
/sambad/media/post_attachments/wp-content/uploads/2019/01/bhagat-singh_555_080918025610_012019114333-300x152.jpg)
୨.୧୯୭୧ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଜେ.ପି ଦତ୍ତା ‘ବର୍ଡର’ ଫିଲ୍ମ ନିର୍ମାଣ କରିଥିଲେ । ଫିଲ୍ମଟି ୧୯୯୭ରେ ରିଲିଜ୍ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସରେ ବ୍ଲକ୍ବଷ୍ଟର ହୋଇଥିବା ବେଳେ ସମସ୍ତଙ୍କ ମନରେ ଦେଶଭକ୍ତିର ଭାବନା ଜାଗ୍ରତ କରିଥିଲା । ଫିଲ୍ମ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା । ଏହି ଫିଲ୍ମ ଅକ୍ଷୟ ଖାନ୍ନା,ସନ୍ନୀ ଦେଓଲ,ସୁନୀଲ ସେଟ୍ଟୀ,ଜାକି ଶ୍ରଫ୍ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା ।
/sambad/media/post_attachments/wp-content/uploads/2019/01/border-clg_555_080918025610_012019114333-300x169.jpg)
୩.୨୦୦୩ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଏଲ୍ଓସି-କାର୍ଗିଲ୍’ । ୧୯୯୯ରେ ଭାରତ-ପାକିସ୍ତାନ ମଧ୍ୟରେ କାର୍ଗିଲରେ ହୋଇଥିବା ଯୁଦ୍ଧକୁ ନେଇ ଫିଲ୍ମଟି ତିଆରି କରାଯାଇଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଜେପି ଦତ୍ତା। ଫିଲ୍ମରେ କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ କାହାଣୀକୁ ଦେଖା ଯାଇଥିବା ବେଳେ ରିଲିଜ୍ ପରେ ଫିଲ୍ମଟି ସମସ୍ତଙ୍କ ମନକୁ ଛୁଇଁ ଥିଲା । ଏହି ଫିଲ୍ମ ଅଜୟ ଦେବଗନ୍,ଅର୍ମାନ କୋହଲି,ମନୋଜ ବାଜ୍ପେୟୀ,ଆଶୁତୋଷ ରାଣା,ଅଭିଷେକ ବଚ୍ଚନ,ସଞ୍ଜୟ ଦତ୍ତ,ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଦେଖିବାକୁ ମିଳିଥିଲା ।
/sambad/media/post_attachments/wp-content/uploads/2019/01/loc_555_080918025610_012019114333-300x172.jpg)
୪. ୧୮୫୭ ସୀପାହୀ ବିଦ୍ରୋହର ନାୟକ ମଙ୍ଗଲ ପାଣ୍ଡେଙ୍କ ଜୀବନୀକୁ ନେଇ ୨୦୦୫ରେ ‘ମଙ୍ଗଲ ପାଣ୍ଡେ-ଦ ରାଇଜିଙ୍ଗ୍’ ରିଲିଜ୍ ହୋଇଥିଲା। ଏଥିରେ ମଙ୍ଗଲ ପାଣ୍ଡେଙ୍କ ଭୂମିକାରେ ନଜର ଆସିଥିଲେ ଅଭିନେତା ଆମୀର ଖାନ୍ । କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳ ହୋଇ ପାରି ନଥିଲା ।
/sambad/media/post_attachments/wp-content/uploads/2019/01/mangal-clg_555_080918025610_012019114333-300x225.jpg)