ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଅଭିଯୁକ୍ତା ରିୟା ଚକ୍ରବର୍ତ୍ତୀ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ)ର ଜେରା ବେଳେ ତାଙ୍କର 'ଡ୍ରଗ୍ସ ଚାଟ୍'ରେ ସମ୍ପୃକ୍ତି ଥିବା କଥା ସ୍ୱୀକାର କରିଛନ୍ତି। ରିୟା ଗତକାଲିର ସିବିଆଇ ଜେରା ସମୟରେ 'ଡ୍ରଗ୍ସ ଚାଟ୍'ରେ ସମ୍ପୃକ୍ତି ଥିବା ନେଇ ସ୍ବୀକାର କରିଥିବା ଜାଣିବାକୁ ମିଳିଛି।।
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଡ୍ରଗ୍ ସଂପର୍କିତ ଯାଞ୍ଚ କରିବା ଆରମ୍ଭ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ ରିୟାଙ୍କର କିଛି ହ୍ବାଟ୍ସଆପ୍ ଚାଟ୍ ବାଜିଥିଲା। ଯେଉଁଠାରେ ରିୟାଙ୍କର ଡ୍ରଗ୍ସ କାରବାରରେ ସଂପୃକ୍ତି ଥିବା ଜାଣିବାକୁ ମିଳିଥିଲା। ଏହାପରେ ଏନ୍ସିବି ତଦନ୍ତ ଆରମ୍ଭ କରିଥିବା ଜାଣିବାକୁ ମିଳିଛି।
Onmanoramaରିୟାଙ୍କ ବ୍ୟତୀତ ଏନ୍ସିବି ଡ୍ରଗ୍ସ କାରବାରରେ ସଂପୃକ୍ତି ନେଇ ଗୌରବ ଆର୍ଯ୍ୟ, ଶୋଭିକ୍ ଚକ୍ରବର୍ତ୍ତୀ ଓ ଜୟା ଶାହାଙ୍କ ବିରୋଧରେ ଅଭିଯୋଗ ଆଣିଛି। ଡ୍ରଗ୍ସ କାରବାରରେ ପଚରାଉଚରା କରିବାକୁ ଏନସିବି ଟିମ୍ ରିୟାଙ୍କୁ ଖୁବ୍ ଶୀଘ୍ର ଡକାଇବ ବୋଲି ସୂଚନା ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିୟାଙ୍କ ମୋବାଇଲ୍ ଜବତ କରିବା ପରେ ଏନସିବି ଚାର୍ଟ ବିବରଣୀ ଇଡିଠାରୁ ଗ୍ରହଣ କରିଛି।
ଉଲ୍ଳେଖଯୋଗ୍ୟ, ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରୁ ମିଳିଥିଲା। ସୁଶାନ୍ତଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ରିୟାଙ୍କ ହାତ ଅଛି ବୋଲି ସୁଶାନ୍ତଙ୍କ ପରିବାର ଲୋକ ଅଭିଯୋଗ ଆଣିବା ପରେ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ରିୟା। ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରୁଛି। ଗୁରୁବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା କାଳ ପଚରାଉଚରା କରିଥିଲା ସିବିଆଇ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/swarajya_2020-07_4d9eeb0e-8447-4eee-a406-42036468fcb3_rhea.jpg)