ରିୟା ଚକ୍ରବର୍ତୀ ଓ ତାଙ୍କ ପରିବାର ମୁମ୍ବାଇ ଆପାର୍ଟମେଣ୍ଟ୍‌ ଛାଡ଼ି ପଳାଇଛନ୍ତି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ତଥାକଥିତ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କ ବିରୋଧରେ ଯେବେଠୁ ସୁଶାନ୍ତଙ୍କ ପିତା କେ‌କେ ସିଂହ ଏତଲା ଦେଲେଣି, ସେବେଠୁ ରିୟା ସନ୍ଦେହଘେରକୁ ଟାଣି ହୋଇଛନ୍ତି। ଏହି ଅବସରରେ ମିଳିଥିବା ଏକ ଖବର ମୁତାବକ, ରିୟା ଓ ତାଙ୍କ ପରିବାର ୩-୪ ଦିନ ପୂର୍ବରୁ ମୁମ୍ବାଇ ଛାଡ଼ି ଚାଲି ଯାଇଛନ୍ତି। ରିୟା‌ଙ୍କ ବିଲ୍‌ଡିଂର ମ୍ୟାନେଜର୍‌ କହିଛନ୍ତି, ରିୟା ଓ ତାଙ୍କ ପରିବାର ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟ୍‌ ଖାଲି କରି କେଉଁଆଡ଼େ ଚାଲି ଯାଇଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଯେ ସୁଶାନ୍ତ କିଛି ଦିନ ପୂର୍ବରୁ ରିୟାଙ୍କ ଘରକୁ ଯା’ ଆସ କରିବା ବନ୍ଦ କରି ଦେଇଥିଲେ। ଏଣେ ବିହାରର ଡିଜିପି କହିଛନ୍ତି ଯେ ମୁମ୍ବାଇକୁ ଏକ ସ୍ବତନ୍ତ୍ର ଟିମ୍‌ ପଠାଯାଇଛି। ରିୟାଙ୍କ ଖବର ମିଳୁନାହିଁ। ନିକଟରେ ରିୟା ଏକ ଭିଡିଓ ସେୟାର କରି କହିଥି‌ଲେ ଯେ ତାଙ୍କର ନ୍ୟାୟ ବ୍ୟବସ୍ଥା ଓ ଭଗବାନଙ୍କ ଉପରେ ପୂରା ଭରସା ଅଛି।

ସମ୍ବନ୍ଧିତ ଖବର