ମୁମ୍ବାଇ: ଶେଷରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁୁ ୧ ମାସ ବିତିଯଯିବା ପରେ ସୋସିଆଲ୍ ମିଡିଆରେ ନିଜର ଭାବପ୍ରବଣତାକୁ ସେୟାର୍ କରିଛନ୍ତି ପ୍ରେମିକା ରେହା ଚକ୍ରବର୍ତ୍ତୀ। ସେ ଲେଖିଛନ୍ତି କି ସେ ସୁଶାନ୍ତଙ୍କଠାରୁ ହିଁ ଲଭପାଇବା କ’ଣ ଶିଖିଛନ୍ତି। ସୁଶାନ୍ତଙ୍କ ପାଇଁ ତାଙ୍କ ଭଲପାଇବା ଉପରେ ବିଶ୍ବାସ ଆସିଛି।
ରେହା ଇନ୍ଷ୍ଟାଗ୍ରାମ୍ରେ ଯେଉଁ ପୋଷ୍ଟ୍ ସେୟାର୍ କରିଛନ୍ତି ତାହାର ସାରାଂଶ ହେଉଛି, ‘ୟା ଭିତରେ ମାସେ ବିତିଗଲାଣି। ଏବେ ବି ମୁଁ ମୋ ଭାବପ୍ରବଣତା ସହ ଲଢ଼େଇ କରୁଛି। ମୁଁ ତୁମଠୁ ଶିଖିଛି ଯେ କିପରି ଏକ ସାଧାରଣ ଗଣିତ ଜୀବନର ମାନେ ବୁଝାଇ ଦିଏ। ମୁଁ ଜଣେ ତୁମେ ଏବେ ଜହ୍ନ, ତାରାଙ୍କ ମେଳରେ ବେଶି ଶାନ୍ତିପୂର୍ଣ୍ଣ ସ୍ଥାନରେ ଅଛ। ତୁମେ ଏବେ ଏକ ଉଜ୍ବଳ ତାରକା ପରି ଚକଚକ କରୁଛ। ମୁଁ ସେଇ ତାରାକୁ ଦେଖି ପୁଣି ଥରେ ତୁମକୁ ଫେରାଇ ଆଣିବାକୁ ପ୍ରାର୍ଥନା କରିବି। ତୁମେ ସବୁକିଛି ଆତ୍ମା ଖୋଲି ଭଲପାଉଥିଲ। ମୁଁ ଜଣେ ଆମ ପ୍ରେମ ଖୁବ୍ ସ୍ବତନ୍ତ୍ର ଥିଲା। ଶାନ୍ତିରେ ରୁହ ସୁଶି। ୩୦ ଦିନ ହେଲା ହରାଇଛି ସତ, କିନ୍ତୁୁ ଜୀବନ ଯାକ ଭଲପାଇବି।’
ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ୟା ଭିତରେ ତାଙ୍କ ମୃତ୍ୟୁକୁ ୧ ମାସ ହୋଇଗଲାଣି।