ମୁମ୍ବାଇ: ୨ବର୍ଷ ପରେ ବି ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କର ପରିବାର। ଜୁନ୍ ୧୪, ୨୦୨୦ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା। ଏହି ଘଟଣାକୁ ୨ବର୍ଷ ବିତିଥିଲେ ବି ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବେ ରିୟାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରୁଛନ୍ତି।
ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇଙ୍କ ଜୀବନକୁ ନଷ୍ଟ କରିଦେଇଥିଲେ। ୨୦୧୯ମସିହାରେ, ରିୟା ସୁଶାନ୍ତଙ୍କ ଜୀବନରେ ଆସିବା ପରଠାରୁ ତାଙ୍କ ଜୀବନ ଖରାପ ହେବାକୁ ଲାଗିଥିଲା। ଜୀବନରେ ପ୍ରଥମ ଥର ପାଇଁ ମୋର ଏବଂ ମୋ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମସ୍ତ ଘଟଣା ମାତ୍ର ଛଅ ଦିନ ମଧ୍ୟରେ ଘଟିଥିଲା ​।
ପ୍ରିୟଙ୍କାଙ୍କ ଏଭଳି ଆରୋପ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ଏହାକୁ ଦେଖିବା ପରେ ରିୟା ଷ୍ଟୋରୀ ମାଧ୍ୟମରେ ପ୍ରିୟଙ୍କାଙ୍କୁ ଜବାବ ଦେଇଥିବା ଚର୍ଚ୍ଚା ହେଉଛି। ରିୟା ଲେଖିଛନ୍ତି ଯେ, ଶବ୍ଦରୁ ଉପରକୁ ଉଠ। ତୁମର ଗର୍ବରୁ ଉପରକୁ ଉଠ। ଏତେ ଉପରକୁ ଉଠ ଯେ, ସେମାନେ କେବଳ ତୁମ ଆଡକୁ ଆଙ୍ଗୁଠି ଉଠାଇ ପାରିବେ। କାରଣ ତୁମେ ଯେଉଁଠାରେ ଅଛ ସେ କେବେବି ସେଠାକୁ ପହଞ୍ଚି ପାରିବେ ନାହିଁ। ଯେତେବେଳେ ସେମାନେ ଆପଣଙ୍କୁ କୌଣସି କାରଣ ଦିଅନ୍ତି ନାହିଁ ସେତେବେଳେ ମଧ୍ୟ ଆପଣ ସହାନୁଭୂତି ଅନୁଭବ କରନ୍ତି। ସେମାନଙ୍କୁ ଆଶ୍ଚର୍ଯ୍ୟ ହେବାକୁ ଦିଅ। ତୁମେ ନିଜ ପାଇଁ ଯଥେଷ୍ଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-153.jpg)