ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ମହେଶ ଭଟ୍ଟଙ୍କ ସହ ନିଜର ଏଭଳି ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ରୀୟା, ଅନୁପ୍‌-ଜସ୍‌ଲୀନ୍‌ଙ୍କ ଯୋଡ଼ି ସହ ତୁଳନା କଲେ ଲୋକେ

ମୁମ୍ବାଇ : ହିନ୍ଦୀ ସିନେମାର ପ୍ରସିଦ୍ଧ ଏବଂ ଲୋକପ୍ରିୟ ନିର୍ଦ୍ଦେଶକ ତଥା ଲେଖକ ମହେଶ ଭଟ୍ଟ ଗୁରୁବାର ନିଜ ୭୦ତମ ଜନ୍ମଦିନ ପାଳନ କରିଛନ୍ତି । ମହେଶ ଭଟ୍ଟଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ବଲିଉଡ୍‌ କଳାକାର ଭିନ୍ନ ଅନ୍ଦାଜରେ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ଫିଲ୍ମ ‘ଜଲେବି’ର ଅଭିନେତ୍ରୀ ରୀୟା ଚକ୍ରବର୍ତ୍ତୀ ଯେଉଁଭଳି ଭାବରେ ମହେଶ ଭଟ୍ଟଙ୍କୁ ଶୁଭେଚ୍ଛା ଜଣାଇଥିଲେ ତାହା ତାଙ୍କୁ ମହଙ୍ଗା ପଡ଼ିଛି । ରୀୟା ପୋଷ୍ଟ କରିଥିବା ଫଟୋକୁ ନେଇ ଏବେ ସେ ଟ୍ରୋଲ ହେବାରେ ଲାଗିଛନ୍ତି । ଦୁଇ ଜଣଙ୍କ ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁଚର୍ଚ୍ଚିତ ବିଗ୍‌ ବସ୍‌ ପ୍ରତିଯୋଗୀ ଅନୁପ୍‌-ଜସ୍‌ଲୀନ୍‌ଙ୍କ ଯୋଡ଼ି ସହ ତୁଳନା କରିବା ଆରମ୍ଭ କରିଛନ୍ତି ।

oneindia.com

ସୂଚନା ମୁତାବକ, ରୀୟା ପୋଷ୍ଟ କରିଥିବା ଫଟୋରେ ମହେଶ ଭଟ୍ଟ ତାଙ୍କ କାନ୍ଧ ଉପରେ ମୁଣ୍ଡ ରଖି ଶୋଇଥିବାର ଦେଖା ଯାଇଥିଲା । ଫଟୋ ପୋଷ୍ଟ କରି ମୋ ବୃଦ୍ଧଙ୍କୁ ଜନ୍ମଦିନର ଶୁଭେଚ୍ଛା । ସାର୍‌ ,ଆପଣ ମୋତେ ସ୍ନେହରେ ଧରିବା ସହ ମୋତେ ଭଲ ପାଇବା ଦେଇଛନ୍ତି । ମୋତେ ସବୁବେଳେ ସ୍ୱାଧୀନ ହୋଇ ଉଡ଼ିବା ଶିଖାଇଛନ୍ତି । ଆପଣଙ୍କ ସଂସ୍ପର୍ଶରେ ଯିଏ ବି ଆସେ ସେ ଆଲୋକିତ ହୋଇଯାଏ ବୋଲି ରୀୟା ଲେଖିଥିଲେ । କିନ୍ତୁ ତାଙ୍କ ଭାବନାକୁ ଲୋକମାନେ ଭୁଲ ବୁଝିବା ସହ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । କିଛି ଲୋକ ଏହା ବିଗ୍‌ ବସ୍‌ର ପ୍ରଭାବ ବୋଲି କହିଥିବା ବେଳେ କିଛି ସବୁ ଟୋକା କ’ଣ ମରିଗଲେ ବୋଲି କହିଥିବା ଦେଖା ଯାଇଛି । ଆଉ କିଛି ଲୋକ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ମଧ୍ୟ କହିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର