ଆକସନ୍‌ ମୁଡରେ ସିବିଆଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍‌ସ କନେକ୍‌ସନ ଉପରୁ ଉଠିବ ପରଦା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଷଷ୍ଠ ଦିନରେ ପହଞ୍ଚିଛି। ପ୍ରତିଦିନ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ନୂଆ ତଥ୍ୟ ଆସୁଛି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍‌ସ କନେକ୍‌ସନ୍‌ ଥିବା ସାମ୍ନାକୁ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହି ମାମଲାର ବ୍ୟାପକ ଯାଞ୍ଚ କରିବ। ଏହି ମାମଲାରେ ସନ୍ଦୀପ ସିଂଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ସନ୍ଦୀପ ସିଂ ନିଜକୁ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ କହିଥିଲେ କିନ୍ତୁ ତାଙ୍କର କଲ୍‌ ବିବରଣୀ ଅଲଗା କିଛି କହୁଥିବା ଜଣାପଡ଼ିଛି। ସେପଟେ ସିବିଆଇର ପଚରାଉଚରା ଜାରି ରହିଛି। ସିବିଆଇ ରିୟା ଏବଂ ତାଙ୍କ ପରିବାର ବ୍ୟତୀତ ସନ୍ଦୀପ ସିଂଙ୍କୁ କୌଣସି ସମୟରେ ସମନ ପଠାଇ ପାରେ।

ଖୁବଶୀଘ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆରମ୍ଭ କରିବାକୁ ଯାଉଛି। ଏନସିବି ଡ୍ରଗ୍‌ ଦିଗରୁ ମାମଲାର ତଦନ୍ତ କରିବ ବୋଲି ଏନସିବି ନିର୍ଦ୍ଦେଶକ ରାକେଶ ଆସ୍ଥାନା ଗତ ମଙ୍ଗଳବାର ସୂଚନା ଦେଇଥିଲେ।

Sushant Singh Rajput's Family Lawyer: Rhea Chakraborty is Playing ...
India.com

ସୂଚନାଯୋଗ୍ୟ, ଇଡି ଏନସିବିକୁ ଏକ ଚିଠି ଲେଖିଛି। ସୁଶାନ୍ତଙ୍କ ସହ ଜଡିତ କିଛି ଲୋକ ଡ୍ରଗ୍‌ସ ବ୍ୟବହାର କରୁଥିଲେ। ଏହି ଲୋକଙ୍କ ମଧ୍ୟରୁ କେତେଜଣଙ୍କର ଡ୍ରଗ୍‌ସ ଡିଲରଙ୍କ ସହ ସମ୍ପର୍କ ରହିଥିବା ଜଣାପଡ଼ିଛି। ତେଣୁ ବ୍ୟାପକ ଭାବେ ଏନ୍‌ସିବି ଏହି ମାମଲାର ଯାଞ୍ଚ କରିବାକୁ ଯାଉଥିବା କୁହାଯାଉଛି।

ରାକେଶ ଆସ୍ଥାନାଙ୍କ କହିବାନୁସାରେ, ଆମର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅପରେସନ୍‌ ଟିମ୍‌ ଏବଂ ଅନ୍ୟ ଦଳ ଏହି ମାମଲାରେ ଡ୍ରଗ୍‌ସ ଦିଗକୁ ଅନୁଧ୍ୟାନ କରିବେ। ଅନୁସନ୍ଧାନର ପରିସର ବହୁତ ବଡ ହେବ। ଦିଲ୍ଲୀ ମୁମ୍ବାଇର ବଡ ଏବଂ ଅଭିଜ୍ଞ ଅଧିକାରୀଙ୍କୁ ଏହି ଅନୁସନ୍ଧାନରେ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର