ମୁମ୍ବାଇ: ଆଜି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦ୍ବିତୀୟ ମୃତ୍ୟୁ ବାର୍ଷିକୀ। ସୁଶାନ୍ତଙ୍କ ମୃୃତ୍ୟୁ ବ‌ାର୍ଷିକୀ ଅବସରରେ ପ୍ରେମିକା ରେହା ଚର୍କବ୍ରର୍ତ୍ତୀ ସୁଶାନ୍ତ ଓ ତାଙ୍କର ଏକ ଅଦେଖା ଫଟୋ ସେୟାର୍‌ କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ସୁଶାନ୍ତ ଓ ତାଙ୍କର ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ପ୍ରତି ମୂହୁର୍ତ୍ତରେ ତମକୁ ମନେ ପକାଉଛି’।

Advertisment

ସୂଚନାଯୋଗ୍ୟ ଯେ ୨୦୨୦ ଜୁନ୍‌ ୧୪ରେ ମୁମ୍ବାଇର ନିଜ ଆପାର୍ଟମେଣ୍ଟରେ ସୁଶାନ୍ତ ସିଂହ (୩୪)ଙ୍କ ମୃତ ଶରୀର ମୁମ୍ବାଇ ପୁଲିସ ଉଦ୍ଧାର କରିଥିଲା। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି ମୁମ୍ବାଇ ପୁଲିସ ମଧ୍ୟ ତଦନ୍ତ ରିପୋର୍ଟ ପ୍ରକାଶ କରିଥିଲା। କିନ୍ତୁ ମୁମ୍ବାଇ ପୁଲିସର ଏ ତଦନ୍ତ ରିପୋର୍ଟକୁ ସୁଶାନ୍ତଙ୍କ ପରିବାର ଗ୍ରହଣ କରିପାରି ନଥିଲା। ସୁଶାନ୍ତଙ୍କ ମୃତ୍ୟୁର ମାସେ ପରେ ତାଙ୍କ ବାପା କେ.କେ. ସିଂହ ପାଟନା ପୁଲିସ ନିକଟରେ ଏକ ଏଫ୍‌ଆଇଆର ଦାଖଲ କରିଥିଲେ। ସମ୍ପତ୍ତି ଓ ଅର୍ଥ ଲୋଭରେ ତାଙ୍କ ପୁଅ ସୁଶାନ୍ତକୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟ ଷଡ଼ଯନ୍ତ୍ର କରି ହତ୍ୟା କରିଛନ୍ତି ବୋଲି କେ.କେ. ସିଂହ ଅଭିଯୋଗ କରିଥିଲେ। ସୁଶାନ୍ତଙ୍କ ପିତାଙ୍କ ଏଫ୍‌ଆଇଆର୍‌ ପରେ ଏହି ମାମଲାର ସିବିଆଇ ଏବଂ ଇଡି ତଦନ୍ତ ପାଇଁ ବିହାର ପୁଲିସ ଇଛା ପ୍ରକାଶ କରିଥିଲା। ସେତେବେଳେ ସୁଶାନ୍ତଙ୍କ ବାପା କେ.କେ. ସିଂହଙ୍କ ଏଭଳି ଅଭିଯୋଗକୁ ରିୟା ଭିତ୍ତିହୀନ ବୋଲି କହିଥିଲେ।