ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟାଙ୍କୁ ସିବିଆଇ ଜେରା କାଳରେ ରିୟା ତାଙ୍କର ଡ୍ରଗ୍ସ କାରବାରରେ ସଂପୃକ୍ତି ଥିବା କଥାକୁ ଅସ୍ବୀକାର କରିଛନ୍ତି। ଖାଲି ସେତିକି ନୁହେଁ, ସେ କେବେ ବି ଡ୍ରଗ୍ସ ଖାଇନାହାନ୍ତି ବୋଲି ସିବିଆଇ ଆଗରେପ୍ରକାଶ କରିଛନ୍ତି। ରିୟା ଆହୁରି ବି ଅଭିଯୋଗ ଆଣିଛନ୍ତି ଯେ ସୁଶାନ୍ତ ତାଙ୍କୁ ଭେଟିବା ପୂର୍ବରୁ ଗଞ୍ଜେଇ ଟାଣୁଥିଲେ।
ଆପଣ ଜାଣିଥିବେ ନିଶ୍ଚୟ ଯେ ୨୦୧୭ ମସିହାରେ ରିୟା ଗୌରବ ଆର୍ଯ୍ୟାଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟ ତାଙ୍କର ଡ୍ରଗ୍ସ କାରବାରରେ ସଂପୃକ୍ତି ଥିବା ନେଇ ସୂଚନା ଦେଇଥିଲା। ସିବିଆଇ ସେହି ଚାଟ ବିଷୟରେ ରିୟାଙ୍କୁ ପଚାରିଥିବା ପ୍ରଶ୍ନରେ ରିୟା ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି।
/sambad/media/post_attachments/wp-content/uploads/2020/09/images.jpg)
Kalam Times
କେବଳ ସେତିକୁ ନୁହେଁ, ଏହା ପୂର୍ବରୁ ମଧ୍ୟ ରିୟାଙ୍କର କିଛି ହ୍ବାଟ୍ସଆପ୍ ଚାଟ ସାମ୍ନାକୁ ଆସିଥିଲା। ସେହି ଚାଟରେ ଜୟା ସାହା, ସାମୁଏଲ୍ ମିରାଣ୍ଡା ଏବଂ ଗୌରବ ଆର୍ଯ୍ୟାଙ୍କ ସହ ରିୟା ଡ୍ରଗ୍ସ କାରବାର ବିଷୟରେ କଥା ହୋଇଥିବା ଦେଖିବାକୁ ମିଳିଥିଲା।
ରିୟାଙ୍କ ଚାଟ୍ ସବୁ ଭାଇରାଲ ହେବା ପରେ ସେ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି। ଏପଟେ ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଦେଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ବାପା କେକେ ସିଂହ। କେବଳ ସେତିକି ନୁହେଁ, ରିୟା ସୁଶାନ୍ତଙ୍କ ସହ ଭଲପାଇବାର ନାଟକ କରି ସୁଶାନ୍ତଙ୍କୁ ଠକିଛନ୍ତି ଓ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ୧୫ କୋଟି ଟଙ୍କା ହେରଫେର୍ କରିଛନ୍ତି ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି କେ.କେ. ସିଂହ।