‘ଦୟାକରି ମୋ ପାଖକୁ ଫେରି ଆସ’; ଏଭଳି ଭାବବିହ୍ୱଳ କଲା ଭଳି ପୋଷ୍ଟ କରି ସୁଶାନ୍ତଙ୍କୁ ମନେ ପକାଇଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ : ବାନ୍ଦ୍ରାସ୍ଥିତ ମୁମ୍ବାଇ ଆପାର୍ଟମେଣ୍ଟରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତଦେହ ମିଳିବାର ଏକ ବର୍ଷ ବିତିଗଲାଣି। ସୁଶାନ୍ତ ସେତେବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରାଯିବା ସହ ସୁଶାନ୍ତଙ୍କୁ ରିୟା ହତ୍ୟା କରିଥିବା ନେଇ ଅନେକ ଚର୍ଚା ହୋଇଥିଲା | ଏମିତିକି ନିଶା ଔଷଧ ଯୋଗାଡ ଏବଂ ଖରିଦ କରିବା ଅଭିଯୋଗରେ ରିୟାଙ୍କୁ ଏନସିବି ଗିରଫ ମଧ୍ୟ କରିଥିଲା |

ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ଆଜି ବର୍ଷେ ପୁରିଥିବା ବେଳେ ଏହି ବର୍ଷକ ମଧ୍ୟରେ ରିୟାଙ୍କ ସହ ଅନେକ କିଛି ଘଟିଛି | କିନ୍ତୁ ଏ ସବୁ ମଧ୍ୟରେ ସେ ସୁଶାନ୍ତଙ୍କୁ ଭୁଲି ନାହାନ୍ତି, ଯାହା ତାଙ୍କର ଇଂସ୍ଟଗ୍ରାମ ପୋଷ୍ଟରୁ ସ୍ପଷ୍ଟ ଜଣା ପଡୁଛି | ନିଜ ପୋଷ୍ଟରେ ସେ ସୁଶାନ୍ତଙ୍କୁ ତାଙ୍କ ପାଖକୁ ପୁଣି ଥରେ ଫେରି ଆସିବା ପାଇଁ ଲେଖିଛନ୍ତି |

 

View this post on Instagram

 

A post shared by Rhea Chakraborty (@rhea_chakraborty)

ପୋଷ୍ଟରେ ଲେଖାଯାଇଛି ଯେ, ଏପରି ଏକ ମୁହୂର୍ତ୍ତ ନାହିଁ ଯେଉଁଠି ମୁଁ ବିଶ୍ୱାସ କରିବି ଯେ ତୁମେ ଆଉ ଏଠାରେ ନାହଁ | ସେମାନେ କହିଥିଲେ ଯେ ସମୟ ସବୁକିଛି ଠିକ କରିଦେବ କିନ୍ତୁ ତୁମେ ମୋର ସମୟ ଏବଂ ମୋର ସବୁକିଛି | ମୁଁ ଜାଣେ ଯେ ତୁମେ ମୋର ଅଭିଭାବକ ଦୂତ | ମୋତେ ଚନ୍ଦ୍ରରୁ ତୁମର ଟେଲିସ୍କୋପ ଦ୍ୱାରା ଦେଖି ମୋତେ ସୁରକ୍ଷା ଦେଉଛ | ମୋତେ ଉଠାଇବାକୁ ଆସିବ ବୋଲି ମୁଁ ପ୍ରତିଦିନ ତୁମକୁ ଅପେକ୍ଷା କରେ | ମୁଁ ତୁମକୁ ସବୁଆଡେ ଖୋଜେ ମୁଁ ଜାଣେ ତୁମେ ମୋ ସହିତ ଅଛ | ତୁମ ବିନା ଜୀବନ ନାହିଁ, ତୁମେ ଜୀବନର ଅର୍ଥ ନିଜ ସାଙ୍ଗରେ ନେଇଯାଇଛ | ଏହି ଶୂନ୍ୟସ୍ଥାନ ପୂରଣ ହୋଇପାରିବ ନାହିଁ .. ତୁମ ବିନା, ମୁଁ ସେମିତି ଛିଡା ହୋଇଛି | ମୁଁ ତୁମକୁ ପ୍ରତିଦିନ ‘ମାଲପୁଆ’ ଦେବି ଏବଂ ଏହି ଦୁନିଆର ସମସ୍ତ କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନ ପୁସ୍ତକ ପଢ଼ିବି – ଦୟାକରି ମୋ ପାଖକୁ ଫେରି ଆସ, ମୁଁ ତୁମକୁ ମନେ ପକାଉଛି | ମୋର ସବୁଠାରୁ ଭଲ ବନ୍ଧୁ, ମୋର ପ୍ରେମ .. ବେବୁ ଏବଂ ପୁଟପୁଟ |

ସମ୍ବନ୍ଧିତ ଖବର