ସୁଶାନ୍ତଙ୍କ ମୃତ୍ୟୁ ମାମଲା ନେଲା ନୂଆ ମୋଡ଼: ରିୟା ତାଙ୍କୁ ଦୀର୍ଘ ଦିନ ଧରି ବିଷ ଦେଇ ଆସୁଥିଲେ ବୋଲି ଅଭିଯୋଗ ଆଣିଲେ ବାପା କେ‌କେ ସିଂହ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ.କେ ସିଂ ଗୁରୁବାର ଅଭିଯୋଗ ଆଣି କହିଛନ୍ତି ଯେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଦୀର୍ଘ ଦିନରୁ ସୁଶାନ୍ତଙ୍କୁ ବିଷ ଦେଇ ଆସୁଥିଲେ ଏବଂ ସେ ହିଁ ତ‌ାଙ୍କର ହତ୍ୟାକ‌ାରୀ। ସିଂ ଦାବି କରିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ରିୟା ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ଉଚିତ।

ଆପଣ ଜାଣିଥିବେ ନିଶ୍ଚୟ ଯେ ଏବେ ସୁଶାନ୍ତଙ୍କ ମୃତ୍ୟୁ ମାମଲା‌ର ତଦନ୍ତ ସିବିଆଇ କରୁଛି। ୩୪ ବର୍ଷିୟ ଅଭିନେତାଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ରହସ୍ୟ ବଢ଼ି ବଢ଼ି ଚାଲିଛି। ସିବିଆଇ ମାମଲାର ତଦନ୍ତ କରି ଅଭିନେତାଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଥାନି ଏବଂ ଅନ୍ୟ ଦୁଇଜଣଙ୍କୁ ନିକଟରେ ଦୀର୍ଘ ୧୩ ଘଣ୍ଟା ଧରି ଜେରା କରିଥିବା ଜାଣିବାକୁ ମିଳିଛି।


Gulf News

ସୁଶାନ୍ତଙ୍କ ରୋଷେୟା ନୀରଜ, ତାଙ୍କ ଫ୍ଲାଟ୍‌ମେଟ୍‌ ସିଦ୍ଧାର୍ଥ ଏବଂ ସେହି ବିଲ୍ଡିଂର ଜଗୁଆଳିକୁ ସିବିଆଇ ୧୩ ଘଣ୍ଟା ଧରି ଜେରା କରିଥିବା ଜାଣିବାକୁ ମିଳିଛି। ସୂତ୍ରରୁ ପ୍ରକାଶ ଯେ ଖୁବ୍ ଶୀଘ୍ର ସିବିଆଇ ଏହି ଘଟଣାରେ ପଚରାଉଚରା ପାଇଁ ଚଳଚ୍ଚିତ୍ର ନିର୍ମାତା ତଥା ସୁଶାନ୍ତଙ୍କ ଆତ୍ମଘୋଷିତ ବନ୍ଧୁ ସନ୍ଦୀପ ସିଂଙ୍କୁ ମଧ୍ୟ ଡକାଇପାରେ। ସନ୍ଦିପଙ୍କ କଲ୍ ବିବରଣୀରୁ ଜଣାପଡିଛି ଯେ ସେ ଦୀର୍ଘ ଦିନ ଧରି ସୁଶାନ୍ତଙ୍କ ସହ ଯୋଗାଯୋଗରେ ନଥିଲେ।

ଏହାପୂର୍ବରୁ ସୁଶାନ୍ତଙ୍କ ପରିବାର ଅଭିଯୋଗ କରିଥିଲେ ଯେ ଯେତେବେଳେ କରୋନା ଭାଇରସ୍ ହେତୁ ଶବଦାହ ପାଇଁ କେବଳ ୨୦ ଜଣଙ୍କୁ ଅନୁମତି ରହିଥିଲା, ସେତେବେଳେ କେଉଁମାନେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରିବେ ସନ୍ଦୀପ ହିଁ ତାହାର ଦାୟିତ୍ବ ନେଇଥିଲେ। ସୁଶାନ୍ତଙ୍କ ପରିବାରର ଅନୁମୋଦନ ନିଆଯାଇ ନଥିଲା।

ସମ୍ବନ୍ଧିତ ଖବର