ଗିରଫ ହୋଇଥିବା ଡ୍ରଗ୍ସ ଡିଲର୍‌ଙ୍କ ସହ ଯୋଗାଯୋଗରେ ଥିଲେ ରିୟାଙ୍କ ଭାଇ ସୌଭିକ୍ ‌: ତଦନ୍ତକାରୀ ସଂସ୍ଥା

ନୂଆଦିଲ୍ଳୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା‌ର ମୁଖ୍ୟ ଅଭିଯୁକ୍ତା ରିୟା ଚକ୍ରବର୍ତ୍ତୀଙ୍କର ଡ୍ରଗ୍ସ କାରବାରରେ ସଂପୃକ୍ତି ଥିବା ଅଭିଯୋଗ ଆସିବା ପରେ ଏହି ମାମଲାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ମିଳିବାରେ ଲାଗିଛିି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହି ମାମଲାର ତଦନ୍ତ କରି ଜାଣିବାକୁ ପାଇଛି ଯେ ସୁଶାନ୍ତଙ୍କ ପ୍ରେମିକା ରିୟା ଏବଂ ତ‌ାଙ୍କ ଭାଇ ସୌଭିକ୍‌ଙ୍କର ଗିରଫ ହୋଇଥିବା ଡ୍ରଗ୍ସ ଡିଲ୍‌ରଙ୍କ ସହ ସଂଯୋଗ ରହିଛି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀମାନେ ଡ୍ରଗ୍ସ ଡିଲର୍‌ ଜାଇଡ ଭିଲାଟ୍ରାଙ୍କୁ ଗିରଫ କରିବା ସହ ତ‌ାଙ୍କ ନିକଟରୁ ବିଦେଶୀ ମୁଦ୍ରା ମଧ୍ୟ ଜବତ କରିଛନ୍ତି, ଯାହାକି ଡ୍ରଗ୍ସ କାରବାରର ଆୟ ବୋଲି ଦାବି ହେଉଛି।

ଭିଲାଟ୍ରାଙ୍କ କହିବା ମୁତାବକ ସେ ବାନ୍ଦ୍ରାଠାରେ ଏକ ଫୁଡ୍ ପଏଣ୍ଟ  କରିଥିଲେ, ଯାହାକି ଲକ୍‌ଡାଉନ୍‌ ପରଠାରୁ ତାଙ୍କୁ କୌଣସି ପ୍ରକାରର ଆର୍ଥିକ ଲାଭ ଦେଇ ନଥିଲା। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ଶେଷରେ ଅନ୍ୟ କିିଛି ଉପାୟ ନପାଇ ଡ୍ରଗ୍ସ, ବିଶେଷକରି ଗୁଣ୍ଡ (କ୍ୟୁରେଟେଡ୍ ଗଞ୍ଜେଇ) ବିକ୍ରୟ ଆରମ୍ଭ କରିଥିଲେ, ଯାହା ମାଧ୍ୟମରେ ସେ ବହୁ ପରିମାଣର ଟଙ୍କା ରୋଜଗାର କରୁଥିଲେ।


www.tv9bharatvarsh.com

ବି‌ଶେଷ ସୂତ୍ରରୁ ଖବର ରହିଛି ଯେ ଡ୍ରଗ୍ସ ଡିଲର୍‌ ଜଣକ ରିୟାଙ୍କ ଭାଇ ସୌଭିକ ଓ ସୁଶାନ୍ତ ସିଂ ରାଜପୁତଙ୍କ ଘର ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଗଞ୍ଜେଇ ଯୋଗାଇ ଆସୁଥିଲେ।

ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଗୋଆରେ ସକ୍ରିୟ ଆଉ କିଛି ଡ୍ରଗ୍ ବେପାରୀ ମଧ୍ୟ ଏଜେନ୍ସିର ସ୍କାନରରେ ଅଛନ୍ତି ବୋଲି ସୂଚନା ରହିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ମାମଲାର ଡ୍ରଗ୍ସ ଦିଗ ଉପରେ ଦୃଷ୍ଟି ଦେବା ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର