ରିଚା-ଅଲିଙ୍କ ବିବାହକୁ ଫୋନ ନେଇ ଯାଇପାରିବେ ଅତିଥି, ହେଲେ…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ବିବାହ ଶେଷ ହେବା ପରେ ଏବେ ଆଉ ଜଣେ କଳାକାର ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତ୍ରୀ ରିଚା ଚଢ଼ା ଓ ଅଭିନେତା ଅଲ୍ଲି ଫଜଲ ଅକ୍ଟୋବର ୬ରେ ମୁମ୍ବାଇରେ ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ଦୁହେଁ ନିଜ ବିବାହରେ ନୋ‌ ଫୋନ ପଲିସି ଲାଗୁ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

କୁହାଯାଉଛି ଯେ, ରିଚା-ଅଲିଙ୍କ ବିବାହକୁ ଆସିବାକୁ ଥିବା ଅତିଥି ନିଜ ନିଜର ଫୋନ ବ୍ୟବହାର କରିପାରିବେ। ହେଲେ ବିବାହର କୌଣସି ଫଟୋ ଉଠାଇବାର ଅନୁମତି ଦିଆଯିବ ନାହିଁ ବୋଲି ଜଣାପଡ଼ିଛି।

କିଛି ଦିନ ତଳେ ଦୁହିଁଙ୍କ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଅଲି ଫୈଜଲ ଏବଂ ରିଚା ଚଢାଙ୍କର ଜଣେ ବନ୍ଧୁ ସେମାନଙ୍କ ବିବାହ କାର୍ଡ ଡିଜାଇନ୍ କରିଛନ୍ତି। ବିବାହ କାର୍ଡକୁ ଏକ ଦିଆସିଲି ଖୋଳ ଭଳି ଡିଜାଇନ୍ କରାଯାଇଛି। ଏଥିରେ ଅଲି ଫଜଲ ଏବଂ ରିଚା ଚଢା ସାଇକେଲ ଚଳାଉଥିବା ଦେଖାଯାଇଛି। ଆଉ ବଡ କଥା ଯେ ଏହି ନିମନ୍ତ୍ରଣ କାର୍ଡ ୯୦ ଦଶକର ଅନୁଭବ ଦେଉଥିବାବେଳେ ବିବାହ କାର୍ଡର ଶୀର୍ଷରେ ଲେଖା ହୋଇଛି କପଲ ମ୍ୟାଚେସ। ଏହି ବିବାହ କାର୍ଯ୍ୟକ୍ରମ ୫ ଦିନ ଯାଏଁ ଚାଲିବାକୁ ଥିବାବେଳେ ଏକ ରିପୋର୍ଟରେ କୁହାଯାଇଛି ଯେ ପ୍ରି-ୱେଡିଙ୍ଗ ସେଲିବ୍ରେସନ ଆଗାମୀ ୩୦ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହା ସହ ଦୁହେଁ ଅକ୍ଟୋବର ୬ରେ ବିବାହ କରିବେ।

ସମ୍ବନ୍ଧିତ ଖବର